ଫୁଲବାଣୀ,୩/୨- ଚଳିତ ବର୍ଷ ପ୍ରଥମ ବଜେଟ୍ ଅଧିବେଶନରେ ବିଜେପି ସରକାରଙ୍କ ତରଫରୁ ଆଣିଥିବା ବଜେଟ୍ରେ ପେଟ୍ରୋଲ୍ ଓ ଡିଜେଲ ଅହେତୁକ ବୃଦ୍ଧିକୁ ନେଇ କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଆଜି ଫୁଲବାଣୀ କୋର୍ଟଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଫୁଲବାଣୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୋଦୀ ସରକାରଙ୍କର କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ପ୍ରତି ଅନ୍ୟାୟକୁ ଘୋର ନିନ୍ଦା କରିବା ସହ ପେଟ୍ରୋଲ୍ ଓ ଡିଜେଲ ଦର ବାରମ୍ବାର ବୃଦ୍ଧିର ପ୍ରତିବାଦ କରିଥିଲେ । ଲାଭଖୋର କମ୍ପାନୀମାନଙ୍କ ହାତରେ ବିକ୍ରି ହୋଇଯାଇଛନ୍ତି ମୋଦି ସରକାର । ଯଦି ଆଗାମୀ ୧୫ ତାରିଖ ଭିତରେ କୃଷକଙ୍କ ର ଦାବି ଓ ପେଟ୍ରୋଲ୍ ଓ ଡିଜେଲ ଦର ଆଦି କମା ନଯାଏ ତାହେଲେ ଚକ ଅଖ ବନ୍ଦ କରାଯିବ ବୋଲି କହିଛନ୍ତି ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ ।