ମଣ୍ଡି ସମସ୍ୟା ପ୍ରସଙ୍ଗରେ ଜିଲ୍ଳା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

0 1,340

hiring

ବୌଦ୍ଧ,୧୦/୨ – ମଣ୍ଡି ମାନଙ୍କରେ ଲାଗି ରହିଥିବା ସମସ୍ୟା ଓ ଦ୍ବିତୀୟ ଓ ତଦୁର୍ଦ୍ଧ ଟୋକନରେ ଧାନ ବିକ୍ରୟରେ ଲାଗି ରହିଥିବା କଟକଣା ସମ୍ପର୍କରେ ଆଜି ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରି ଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚର ଆବାହକ ସତ୍ୟଜିତ କୁମାର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ସମରେଶ ମିଶ୍ରଙ୍କ ନେତୃତ୍ବରେ ଶତାଧିକ ଚାଷୀ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରି ଥିଲେ l ଜିଲ୍ଲାକୁ ଆସିଥିବା 17 ଲକ୍ଷ କ୍ବିଣ୍ଟାଲ୍ ଟାର୍ଗେଟରୁ 2 ଲକ୍ଷ କ୍ବିଣ୍ଟାଲ୍ କାହିଁକି ଫେରାଗଲା ବୋଲି ପ୍ରଶ୍ନ କରିଥିଲେ | ଜଣେ ଚାଷୀ କାହିଁକି ଗୋଟିଏ ଟୋକେନର ଧାନ ବିକିବେ ଓ ସବୁ କାହିଁକି କିଣା ନ ଯିବ ବୋଲି କହିଥିଲେ l ଜିଲ୍ଲାପାଳ ଗାଇଡ୍ ଲାଇନ କରୁଛନ୍ତି ଓ ତାଙ୍କୁ କୁହନ୍ତୁ ବୋଲି ସି. ଏସ. ଓ. କହିବାରୁ ଆପଣ ଜିଲ୍ଲାପାଳଙ୍କୁ ପ୍ରଭାବିତ କରି ଏ ସବୁ ଚାଷୀ ବିରୋଧି କାର୍ଯ୍ୟ କରୁଥିବା ଚାଷୀ ଅଭିଯୋଗ କରିଥିଲେ | ଆଗାମୀ ଦିନରେ ଚାଷୀ ମାନଙ୍କ ସମସ୍ତ ଧାନ କିଣା ଯିବାକୁ ପ୍ରଶାସନ ପଦକ୍ଷେପ ନେଇଥିବାର ପ୍ରତିଶୃତି ଦେବା ପରେ ଚାଷୀ ଶାନ୍ତ ହୋଇଥିଲେ | ଚାଷୀ ଚିତ୍ତ ରଞ୍ଜନ ଦନାୟକ, ସିଦ୍ଧେଶ୍ୱର ବେହେରା, ମହେଶ୍ୱର ମେହେର,ପରିକ୍ଷିତ ମେହେର, ବେଦବ୍ୟାସ ସେଠୀ, ଗଣେଶ ସେଠୀ, ହରେକୃଷ୍ଣ ମେହେର, ସୁଧୀର କୁମାର୍ ମାଝୀ,ସଦାଶିବ ପ୍ରଧାନ, ରମାନନ୍ଦ ମାଝୀ,ଦେବଦତ୍ତ ଦଲାଲ୍, ଭବେଶ ଯୋଶୀ, ହୃଦାନନ୍ଦ ମାଝୀ, ଗୋବିନ୍ଦ ମେହେର, ଭଗବାନ୍ ମେହେର ପ୍ରମୁଖ ଶତାଧିକ ଚାଷୀ ଯୋଗ ଦେଇଥିଲେ |

hiranchal ad1
Leave A Reply

Your email address will not be published.

4 × four =