ବୌଦ୍ଧ,୧୩/୨ – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଓ ସୁନ୍ଦରଗଡ ଜିଲ୍ଲା ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯାଉଥିବା ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ବୌଦ୍ଧ ସର୍କିଟ ହାଉସ୍ ଠାରେ କିଛି ସମୟ ଅବସ୍ଥାନ କରିଥିଲେ । ଏ ପରିପ୍ରେକ୍ଷୀରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାକ୍ଷାତ ସମୟରେ ପ୍ରକାଶ କରିଥିଲେ ଯେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରତିଷ୍ଠିତ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ସରକାରଙ୍କ ଦୃଷ୍ଟିକୁ ଆସିଛି । ସରକାର ସଂଗ୍ରହାଳୟ ଉନ୍ନତି ପାଇଁ ଆର୍ଥିକ ସହାୟତା ଯୋଗାଇଛନ୍ତି । ଜିଲ୍ଲା ପ୍ରଶାସନ ଦେଇଥିବା ଅକ୍ସି ଟୁରିଜମ ଏକ ସୁନ୍ଦର ପ୍ରସ୍ତାବ ଓ ତା ଉପରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ସହ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର୍ ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।