ବୌଦ୍ଧ/କଣ୍ଟାମାଳ,୧୩/୨ – ଭାରତୀୟ ଜନତା ପାର୍ଟି (ବିଜେପି) ର ଚାଷୀମାନଙ୍କ ମାନଙ୍କ ସମସ୍ୟା ନେଇ ଦିଆ ଯାଇଥିବା ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନର ପ୍ରଭାବ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଛି । ଆଜି ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ବିଜେପି କର୍ମୀମାନେ ଚକାଜାମ୍ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ କଣ୍ଟାମାଳ ବ୍ଲକ ପଲସାଗୋରା ଠାରେ ଚକାଜାମ୍ କରାଯାଇଛି । ସେହିପରି ବାଉଁଶୁଣୀ ଠାରେ ବିଜେପିର ଯୁ ନେତା ସୁଶାନ୍ତ କୁମାର୍ ବାଘ ଓ ଦାମୋଦର ମିଶ୍ର କର୍ମୀମାନଙ୍କ ସହ ଆନ୍ଦୋଳନରେ ସାମିଲ୍ ହୋଇଥିଲେ । ମନମୁଣ୍ଡା ଗାନ୍ଧୀ ଛକ ଓ ମେଡିକାଲ ଛକ ନିକଟରେ ବିଜେପିର କର୍ମୀମାନେ ମାନେ ଚକାଜାମ୍ କରିଥିଲେ । କଣ୍ଟାମାଳ, ଘଣ୍ଟାପଡା ଆଦି ଅଂଚଳରେ ମଧ୍ୟ ବିଜେପିର ଏ ଚକାଜାମ୍ ଆନ୍ଦୋଳନ କରାଯାଇଥିଲା । ମଣ୍ଡି ଗୁଡିକରେ ପଡି ରହିଥିବା ଧାନକିଣା ନଯିବା, ଦ୍ୱିତୀୟ କିମ୍ବା ତଦୁର୍ଦ୍ଧ ଟୋକନ ପ୍ରଦାନ ନ କରିବା, ଜିଲ୍ଲାକୁ ମାସ୍ ବୃଦ୍ଧିି ନ କରିବା ଆଦି ପ୍ରତିବାଦରେ ଆଜି ବିଜେପି ୩ ଘଣ୍ଟିଅ।। ଚକା ଜାମ୍ ଆନ୍ଦୋଳନର ଡାକରା ଦେଇଥିବା ଜଣାପଡିଛି । ଆଜିର ବନ୍ଦ କାର୍ଯ୍ୟକ୍ରମରେ ଜିଲ୍ଲାର ବିଜେପି ନେତୃବୃନ୍ଦ କହ୍ନେଇ ଚରଣ ଡାଙ୍ଗ, ସୁଶାନ୍ତ ବାଘ, ଅଟଳ ପ୍ରଧାନ,ଅନିଲ କୁମାର ପ୍ରଧାନ ଶ୍ରୀ ନିରଞ୍ଜନ କର୍ଣ୍ଣ, ପିନାକ ରଣା, ଯୀଶୁ ପ୍ରଧାନ, ସରୋଜ କୁମାର ମେହେର,ପଞ୍ଚାମାନ ଜଗଦଲା ପ୍ରମୁଖ ବହୁ ନେତା ଓ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶାନ୍ତି ପୂର୍ଣ୍ଣ ଧାରଣା ଓ ରାସ୍ତାରୋକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।