ବୌଦ୍ଧ,୧୩/୨- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ କୁମରକେଳି ଗ୍ରାମରେ ଅନୁଷ୍ଠିତ ହୋଇଥିବା ନୀଳକଣ୍ଠେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇ ଯାଇଛି | ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ କଣ୍ଟାମାଳ ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍ ପ୍ରକାଶ ମିଶ୍ର ଯୋଗ ଦେଇଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରଗତିବାଦୀର କଣ୍ଟାମାଳ ବ୍ଲକ ପ୍ରତିନିଧି ଅଜିତ ବସ୍ତିଆ ଯୋଗ ଦେଇଥିଲେ | ତିନି ଫର୍ମାଟ ବିଶିଷ୍ଟ ଫାଇନାଲ ମ୍ୟାଚରେ କୁମରକେଳି କ୍ରିକେଟ ଟିମ୍ କୁ ହରାଇ ଦପଲା କ୍ରିକେଟ୍ ଟିମ ଚାମ୍ପିଆନ ହୋଇଥିଲା | କୁମରକେଳି ଦଳର ପ୍ରଶାନ୍ତ ଝାଙ୍କର ମେନ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଦପଲା ଦଳର ନିଶ୍ଚିତ କୁମାର୍ ସାହୁ ବେଷ୍ଟ ବୋଲର ଓ ଆଲୋକ ଭୋଇ ବେଷ୍ଟ ବ୍ୟାଟ୍ସ ମେନ ଘୋଷିତ ହୋଇଥିଲେ | ଯତୀ ରଞ୍ଜନ ମହାନ୍ତି ଓ ପ୍ରୀତିସ୍ ଗୁରୁ ଅମ୍ପାୟର୍ ଭାବେ ମ୍ୟାଚ ପରିଚାଳନା କରିଥିଲେ |