ବିସିସିବି ପାଚେରୀ ନିର୍ମାଣର ତଥ୍ୟ ମାଗିଲେ ହରଭଙ୍ଗା ବ୍ଲକ୍‌ ଅଧ୍ୟକ୍ଷ

0 1,072

ବୌଦ୍ଧ,୧୭/୨ – ହରଭଙ୍ଗା ପଞ୍ଚାୟତ ସମିତିର ଅଧ୍ୟକ୍ଷ ତଥା ସମବାୟବିତ ବିଶ୍ୱଜିତ ମିଶ୍ର ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ସାକ୍ଷାତ କରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପାଚେରୀ ନିର୍ମାଣ ସମ୍ପର୍କୀତ ତଥ୍ୟ ଲିଖିତ ଭାବେ ମାଗିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮ -୧୯ ଓ ୨୦୧୯ -୨୦ ବର୍ଷରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ପାଚେରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଥିଲା । ବ୍ଲକ ଅଧ୍ୟକ୍ଷ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କୁ ତଥ୍ୟ ମାଗିଥିବା ଆବେଦନରେ ଦର୍ଶାଇଛନ୍ତି ଯେ ନିର୍ମାଣ କାର୍ଯ୍ୟର ପ୍ରାକ୍କଳନ କେଉଁ କନିଷ୍ଠ ଯନ୍ତ୍ରୀଙ୍କ ଦ୍ୱାରା କରାଯାଇଛି, ତାହାକୁ କିଏ ଅନୁମୋଦନ କରିଛି, କାମ ପାଇଁ କାହାକୁ କେଉଁ ମାଧ୍ୟମରେ ଅଗ୍ରୀମ ଅର୍ଥ ଦିଆଯାଇଛି, ବିଭିନ୍ନ ନିର୍ମାଣ ସାମଗ୍ରୀର ଅର୍ଥ ପଇଠ ନଗଦ ଟଙ୍କା ଆକାରରେ ହୋଇଛି ନା ଚେକ୍‌ ମାଧ୍ୟମରେ ହୋଇଛି ଆଦି ପ୍ରଶ୍ନ କରାଯାଇ ତାର ସଂପୂର୍ଣ୍ଣ ତଥ୍ୟ ମାଗିଥିବା ଜଣାପଡିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ସମ୍ପାଦକ ବାବାଜୀ ପୃଷ୍ଟି ଓ ସୁରେନ୍ଦ୍ର କୁମାର ପ୍ରଧାନଙ୍କ ସମୟରେ ବ୍ୟାଙ୍କର ନିଜସ୍ୱ ପାଣ୍ଠିରୁ ବ୍ୟାଙ୍କର ଅନେକ ନିର୍ମାଣ କାର୍ଯ୍ୟ କରାଯାଇଛି । ସରକାରୀ ନିର୍ମାଣ କାର୍ଯ୍ୟର ଯାହା ଯାହା ଆନୁସଙ୍ଗିକ ଧାରା ଅବଲମ୍ବନ କରାଯିବା କଥା ତାହା କରାନଯାଇ ମନଇଚ୍ଛା କରାଯାଇଥିବା ଅଭିଯୋଗ ହୋଇଆସୁଛି । ବର୍ତ୍ତମାନ ପରିଚାଳନା କମିଟି ନଥିବା ହେତୁ ଜିଲ୍ଲାପାଳ ବ୍ୟାଙ୍କର ପ୍ରଶାସକ ଦାୟିତ୍ୱରେ ରହିଛନ୍ତି । ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ଅଭିଯୋଗ ଓ ରିପୋର୍ଟ ତଲବ ପରେ ଜିଲ୍ଲାପାଳ ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର୍‌ ରହିଛି ।

hiranchal ad1
Leave A Reply

Your email address will not be published.

seventeen − 12 =