ଫୁଲବାଣୀ,୧୯/୨: କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି ରୀତା ଜାନୀ । ରୀତା ଗୋଆରେ ଆୟୋଜିତ ଗ୍ଲାମର ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଟାଇଟଲ ହାସଲ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ରୀତାଙ୍କ ଘର କନ୍ଧମାଳ ଜିଲ୍ଲାରେ । ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଗ୍ଳାମର ପ୍ରତି ତାଙ୍କର ପିଲାଟିଦିନରୁ ଦୁର୍ବଳତା ଥିଲା । ଦୃଢ ମନୋବଳ ଓ ଗଭୀର ଆତ୍ମବିଶ୍ୱାସ ଥିଲା ତାଙ୍କର । ଫଳରେ ସେ ନିଜକୁ ଭଲଭାବରେ ପ୍ରସ୍ତୁତ କରିବା ସହ ଆଜି ବିଜୟୀ ହୋଇପାରିଛନ୍ତି ବୋଲି କହିଛନ୍ତି । ଗତ ୧୬ / ୨/୨୦୨୧ରେ ଗୋଆ ରେ ଆୟୋଜିତ ବିଉଟିକୁଇନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ବିଜୟୀ ହୋଇ ଜିଲ୍ଲା ଓ ରାଜ୍ୟପାଇଁ ମଧ୍ୟ ଗୌରବ ଆଣିଛନ୍ତି । ରୀତା ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି ଆଉ ବ୍ୟାଙ୍କରେ ଚାକିରୀ କରୁଛନ୍ତି । ରୀତାଙ୍କ ପାଇଁ ଆଜି କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।