ମାଓ ପ୍ରବଣ ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନର ସଚେତନତା କାର୍ଯ୍ୟକ୍ରମ

0 121


ବାଲିଗୁଡ଼ା,୩/୩: କନ୍ଧମାଳ ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମାଦାଗୁଡା ଓ ବେଲଘର ଥାନା ଅଞ୍ଚଳରେ ସିଆରପିଏଫ୍ ୧୨୭ ବାଟାଲିୟନର ସଚେତନତା କାର୍ଯ୍ୟକ୍ରମ ଓ ସୋଲାର ଲାଇଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଦାଗୁଡ଼ା ଗ୍ରାମର ସ୍କୁଲ ଖେଳ ପଡିଆରେ ସିଆରପିଏଫ ଯବାନ ମାନଙ୍କ ଦ୍ୱାରା ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶ୍ରୀ ଆନନ୍ଦ ଝା କୋମାଣ୍ଡେଣ୍ଟ ୧୨୭ ବାଟାଲିୟନ, ଶ୍ରୀ ମଉଳି ମୋହନ କୁମାର ସେକେଣ୍ଡ କୋମାଣ୍ଡେଣ୍ଟ, ଶ୍ରୀ ସୋମଜୀତ ଭକ୍ତ ଏସିସିଟାଣ୍ଟ କୋମାଣ୍ଡେଣ୍ଟ , ଡ଼କ୍ଟର ମୟୁର ସିଂ, ଦ୍ରୋଣାଚାର୍ଯ୍ୟ ଜେଠି ପ୍ରଧାନ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ଦାଉଦ ମାଝୀ ଏସିସିଟାଣ୍ଟ ଶିକ୍ଷକ ମାଦାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ, ମାଦାଗୁଡା ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀମତୀ ଇଷ୍ଟରୀ ମଲ୍ଲିକ ଏବଂ ନାଇବ ସରପଞ୍ଚ ଶ୍ରୀ ଜି୍ରିମିୟ ସୁନାମାଝି ଉପସ୍ଥିତ ଥିଲେ I ସର୍ବ ପ୍ରଥମେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରାଯାଇଥିଲା ଏବଂ ସ୍ୱାଗତ ସମ୍ବର୍ଦ୍ଧନାରେ କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା I ନାଏବ ସରପଞ୍ଚ ଶ୍ରୀ ଜିରିମିୟ ସୁନାମାଝି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ ସଭାକୁ ଆଗକୁ ନେଇଥିଲେ l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା ଯବାନ ଏବଂ ଜନସାଧାରଣମାନଙ୍କ ମଧ୍ୟରେ ସୁସମ୍ପର୍କର ପ୍ରତିଷ୍ଠା କରିବା l ଯବାନ ମାନଙ୍କ କହିବା ଅନୁଯାଇ କେତେକ ଅଂଚଳରେ ସିଆରପିଏଫ ଯବାନମାନଙ୍କୁ ଦେଖିଲେ ଅଞ୍ଚଳବାସୀ ଭୟ କରୁଛନ୍ତି ଏବଂ ଦୌଡ଼ି ପଳାଉଛନ୍ତି, ଏହାର କାରଣ ହେଉଛି ଜନସାଧାରଣ ଏବଂ ଯବାନମାନଙ୍କ ମଧ୍ୟରେ ସମ୍ପର୍କର ଅଭାବ I ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ଜନ ସାଧାରଣଙ୍କୁ କହିଛନ୍ତି ଯେ ଯବାନମାନେ ଆପଣ ମାନଙ୍କ ପରି ସାଧାରଣ ମନୁଷ୍ୟ ତେଣୁ ଯବାନଙ୍କୁ ଡରିବା ଆବଶ୍ୟକ ନାହିଁ ବୋଲି ସିଆରପିଏଫ ଉଚ୍ଚପଦସ୍ଥ କର୍ମଚାରୀ ଅଞ୍ଚଳବାସୀଙ୍କୁ ବୁଝାଇଥିଲେ I ଆପଣଙ୍କୁ ସେବା କରିବା ପାଇଁ ଆମେ ଆମ ପରିବାର ଏବଂ ଭିଟାମାଟିକୁ ଛାଡିକି ଆପଣମାନଙ୍କ ରକ୍ଷା ପାଇଁ ଆସିଛୁ ବୋଲି ଲୋକଙ୍କୁ ଉଦବୋଧନ ଦେଇଥିଲେ l ଏଥିସହିତ ଅଞ୍ଚଳବାସୀଙ୍କୁ ସୋଲାର୍ ଲାଇଟ, ସୋଲାର ଷ୍ଟ୍ରୀଟ ଲାଇଟ ଏବଂ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖାତା, କଲମ, ପେନସିଲ, ରବର ଏବଂ ଚକୋଲାଟ୍ ବଣ୍ଟନ କରାଯାଇଥିଲା ବାଟାଲିୟନର
ପକ୍ଷରୁ I ଶେଷରେ ମୁଖ୍ୟ ଅତିଥି ଆନନ୍ଦ ଝା ଜନସାଧାରଣଙ୍କୁ ସିଆରପିଏଫ ଏବଂ ଜନସାଧରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ଅନୁରୋଧ କରିଥିଲେ । ସେହିଭଳି ବେଲାର ଥାନା କେକେଡିଏ କଲୋନୀରେ ମଧ୍ୟ ଜନସାଧାରଣଙ୍କୁ ସଚେତନ କରାଇବା ସହ ସୋଲାର ଲାଇଟ୍, ସୋଲାର ସ୍କ୍ରିପ୍ଟ ଲାଇଟ୍, ଏବଂ ଛାତ୍ରଛାତ୍ରୀଙ୍କୁ ଖାତା,କଲମ,ପେନସିଲ୍,ବର ଆଦି ସାମଗ୍ରୀ ବଣ୍ଟନ କରାଯାଇଛି । ନକ୍ସଲ ପ୍ରବଣ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଥିବାବେଳେ ଏହି ସୋଲାର ଲାଇଟ୍ ଓ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଅଞ୍ଚଳବାସୀଙ୍କ ଉପକାରରେ ଆସିବ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମଧ୍ୟ ସହାୟକ ହେବ ବୋଲି କହିଛନ୍ତି କମାଣ୍ଡାଣ୍ଟ୍ ଆନନ୍ଦ ଝା ।

hiranchal ad1
Leave A Reply

Your email address will not be published.

twelve − 6 =