ଡାଲା ଅଟୋ ସହ ବାଇକ ଧକ୍କା, ବାଇକ ଆରୋହୀ ଆହତ

0 2,192

hiring

ବୌଦ୍ଧ /ବାଉଁଶୁଣୀ,୬/୩ – ଆଜି ଅପରାନ୍ହ ପ୍ରାୟ ଘ. 5. 30 ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଛକ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ବାଇକ ସହ ଏକ ଡାଲା ଅଟୋ ଧକ୍କା ହେବା ଫଳରେ ବାଇକ ଆରୋହୀ ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ୍ ଶଗଡା ଗ୍ରାମ୍ ପଂଚାୟତ କୁରୁମୁଣ୍ଡା ଗ୍ରାମର ଶନିସ୍ଚର ସେଠୀ (25) ନିଜ ଶ୍ୱଶୁର ଘର ଋଷିବନ୍ଧ ଗ୍ରାମକୁ ଆସି କୌଣସି ଜିନିଷ କ୍ରୟ ପାଇଁ ନିଜ 10 ବର୍ଷୀୟ ଶାଳକ ସହ ବାଉଁଶୁଣୀ ଛକ ନିକଟକୁ ଆସିଥିଲେ l ବଜାର ସଉଦା ସାରି ବାଇକ ଓଡ଼ି 31ଜି 9724 ରେ ଋଷିବନ୍ଧ ଫେରୁଥିବା ବେଳେ ବାଉଁଶୁଣି ଷ୍ଟେଟ୍ ବ୍ୟାଙ୍କ ସାମ୍ନାରେ ଆଗରୁ ଛିଡା ହୋଇଥିବା ଏକ ଡାଲା ଅଟୋ ଓଡ଼ି 31 ଇ 4124 ହଠାତ୍ ରାସ୍ତା ଉପରକୁ ଚାଲି ଆସିବା ଫଳରେ ବାଇକ ସହ ଧକ୍କା ହୋଇଥିଲା | ବାଇକ ଆରୋହୀଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିବା ବେଳେ ପଛରେ ବସିଥିବା ଶିଶୁ ସୌଭାଗ୍ୟ ବଶତଃ କୌଣସି ଆହତ ହୋଇ ନଥିବା ସୁଚନା ମିଳିଛି l ଖବର୍ ପାଇ ବାଉଁଶୁଣି ଦମକଳ ବାହିନୀ ଆହତଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା l ବାଉଁଶୁଣୀ ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

19 + ten =