ବଲାଙ୍ଗୀର ଠାରେ ଉଦଘାଟିତ ହେଲା କଳିଙ୍ଗ ହର୍ବାଲ ମେଳା

0 105

ବଲାଙ୍ଗୀର ,୭/୩ – କୋଶଲ କଳାମଣ୍ଡପ, ବଲାଙ୍ଗୀର ଠାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଶୁଭାରମ୍ଭ ହୋଇଯାଇଛି। ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସମୀର ଶତପଥୀ ଆନୁଷ୍ଠାନିକ ଉଦଘାଟନ କରିବା ପରେ ତାଙ୍କ ଅଧକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସମ୍ମାନୀୟ ଅତିଥି ଏସିଏଫ୍ ଅଜିତ୍ ବିଶି, ସ୍ଥାନୀୟ ଆୟୁର୍ବେଦ କଲେଜ୍ ଉପାଧ୍ୟକ୍ଷ ଡ ପଣ୍ଡା, କୋଶଲ ଗନ୍ଧମାର୍ଦ୍ଦନ ବୈଦ୍ୟ ସଂଘ ସଭାପତି ବିଭୁତିଭୂଷଣ ସାହୁ ଓ ଉପ ସଭାପତି ଝସକେତନ ଗୁରୁ ପ୍ରମୁଖ ଜଙ୍ଗଲ ଓ ପରିବେଶ ବିଭାଗର ରାଜ୍ୟ ଔଷଧୀୟ ଉଭ୍ଭିଦ ପରିଷଦ ଦ୍ୱାରା ଆୟୋଜିତ ହର୍ବାଲ ମେଳାର ଲକ୍ଷ୍ୟ ଉଦେଶ୍ଯ ସଂପର୍କରେ ଆଲୋଚନା କରିଥିଲେ। ସର୍ବ ପୁରାତନ ପାର୍ଶ୍ବ ପ୍ରତିକ୍ରିୟା ବିହୀନ ଭାରତୀୟ ଆୟୁର୍ବେଦ ଚିକିତ୍ସା ଆଜି ସାରା ବିଶ୍ବରେ ଗ୍ରହଣୀୟତା ବଢୁଛି । ପାରମ୍ପରିକ ଚିକିତ୍ସାକଙ୍କ ଦ୍ବାରା ଅନେକ ରୋଗ କମ୍ ଖର୍ଚରେ ଲୋକେ ଉପକୃତ ହେବାର ବହୁ ଉଦାହରଣ ଅଛି । ଏଣୁ ଆମ ଚିକିତ୍ସା ପଦ୍ଧତିର ପ୍ରଚାର ପ୍ରସାର, ଔଷଧୀୟ ବୃକ୍ଷଲତାର ସଂରକ୍ଷଣ ଓ ଔଷଧୀୟ ଗୁଲ୍ମଲତାର ବ୍ୟବସାୟୀକ ଚାଷ ପ୍ରତି ଆକୃଷ୍ଟ କରିବା ଆଦି ମେଳାର ଉଦେଶ୍ଯ ବୋଲି ମତପ୍ରକାଶ କରିଥିଲେ। ବଲାଙ୍ଗୀର,ସୋନପୁର, କଳାହାଣ୍ଡି, ବରଗଡ ପଡୋଶୀ ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ 50ବୈଦ୍ୟଙ୍କ ନିଜ ନିଜ ପ୍ରସ୍ତୁତ ଔଷଧ ନେଇ ଅଂଶଗ୍ରହଣ କରିଛନ୍ତି। ଫ୍ରି ଚେକ୍ଅପ୍ ସହ 10ତାରିଖ ଯାଏ ହେବାକୁ ଥିବା ହର୍ବାଲ ମେଳାର ସୁଫଳ ନେବାକୁ ଆହ୍ବାନ କରିଥିଲେ । ଦୀର୍ଘ 9 ବର୍ଷ ପରେ ବଲାଙ୍ଗୀର ଠାରେ ପୁଣି କଳିଙ୍ଗ ହର୍ବାଲ ବୋଲି ସୂଚନା ଦେଇ ,ପ୍ରତିବର୍ଷ ଏ ଭଳି ମେଳା ଆୟୋଜନ ପ୍ରତି ସରକାର ପଦକ୍ଷେପ ନେବା ଉଚିତ୍ ବୋଲି ଝସକେତନ ମତ ରଖିଥିଲେ।

hiranchal ad1
Leave A Reply

Your email address will not be published.

fourteen − five =