ଏଲ.କେ.ବି.କେ. ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

0 346

ବୌଦ୍ଧ ,୮/୩- ଆଜି ଲୋକ କଳା ବିକାଶ କେନ୍ଦ୍ର ସରସରା ତରଫରୁ ମହିଳା ଦିବସ ପାଳିତ ହୋଇଯାଇଛି । ସକାଳ ୯ଟାରେ ବୌଦ୍ଧ ପଞ୍ଚାୟତ କଲେଜର ଏକ ସାଇକେଲ ରାଲିରେ ବାଲ୍ୟ ବିବାହ ବନ୍ଦ , କନ୍ୟା ଭୃଣ ହତ୍ୟା ବନ୍ଦ , ମହିଳାଙ୍କୁ ସମ୍ମାନ ଆଦି ଉପରେ ସ୍ଲୋଗାନ ଦେଇ ଛାତ୍ରୀ ମାନେ ସହର ପରିକ୍ରମା କରି ଏଲ.କେ.ବି. କେ. ରେ ପହଞ୍ଚିଥିଲେ । ସେଠାରେ ଝିଅମାନଙ୍କୁ ଆତ୍ମ ରକ୍ଷା କୌଶଳ ଉପରେ ଏକ ପ୍ରଦର୍ଶନ କରାଯାଇଥିଲା। ମହିଳା ଦିବସ ଅବସରରେ ଏକ ନୃତ୍ୟ ପ୍ରତିଯୋଗିତା ମଧ୍ୟ ହୋଇଥିଲା । କରୋନା ମହାମାରୀ ସମୟରେ ନିଜ ପଞ୍ଚାୟତରେ ସମସ୍ତ ସୁବିଧା ସଠିକ୍ ସମୟରେ ପହଞ୍ଚାଇ , ଲୋକଙ୍କୁ ସେବା ଯୋଗାଇ ଥିବାରୁ କରଞ୍ଜକଟା ସରପଞ୍ଚ ମିନତି ସେଠୀ , ରାଧାନଗର ସରପଞ୍ଚ ଅପରାଜିତା ବେହେରା , ବାଣିଭୂଷଣପୁର ସରପଞ୍ଚ ରାଜଲକ୍ଷ୍ମୀ ପାତ୍ର ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା ଏବଂ ନୃତ୍ୟ ପ୍ରତିଯୋଗୀତା ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଗଲା। ଅତିଥି ରୂପେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ବୀରେନ୍ଦ୍ର କୁମାର ବୋକେନ୍ , ବୌଦ୍ଧ ପଞ୍ଚାୟତ କଲେଜ୍ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା , ଯୁବ ରେଡ କ୍ରସ ସମ୍ପାଦକ ପ୍ରବୀର୍ କୁମାର ଦାସ , ସାମ୍ବାଦିକା ପ୍ରଣତି ପଣ୍ଡା , ଓଡ଼ିଆ ଅଧ୍ୟାପିକା ବାସନ୍ତୀ ପ୍ରଧାନ , ଶିକ୍ଷା ବିଭାଗର ଅଧ୍ୟାପକ ଡଃ ଦିଲ୍ଲୀପ କୁମାର ଖୁଣ୍ଟିଆ , ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ସୀତାକାନ୍ତ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଅନୁଷ୍ଠାନ ସମ୍ପାଦିକା ଶ୍ରୀମତୀ ପୁଷ୍ପିତା ପ୍ରଧାନ ସଭାପରିଚାଳନା କରିଥିବା ବେଳେ ସୁପ୍ରିୟା ଦେହୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରତାପ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନିକୁଞ୍ଜ ବିଶୋଇ , ବାଞ୍ଛାନିଧି ବିଶି , ଶିଳ୍ପାରାଣୀ ବେହେରା , ଅନିତା ପ୍ରଧାନ , ନରେଶ ବେହେରା ଏବଂ ପଦ୍ମିନୀ ବିଶି ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × two =