ଦାରିଙ୍ଗବାଡ଼ିରେ କୃଷକ ସମ୍ପର୍କ ମେଳା ଉଦଘାଟିତ ହେଲା କୃଷି ରଥ

0 67


ଦାରିଙ୍ଗବାଡ଼ି,୮/୩:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ପ୍ଲିହେରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଆନ୍ତର୍ଜାତିକ ମହିଳା ଦିବସରେ କୃଷି ବିଭାଗ ପକ୍ଷରୁ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଅଛି । କନ୍ଧମାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କୃଷକ ସମ୍ପର୍କ ମେଳାରେ ମୁଖ୍ୟ ଅତିଥି ଭାବେ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସହିତ ସାଂସଦ ପ୍ରତିନିଧି କ୍ଷେତ୍ରୀବଳ ନାୟକ, ପ୍ଲିହେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ତିମତି ପ୍ରଧାନ ଓ ସମସ୍ତ ଲାଇନ ବିଭାଗର ଅଧିକାରୀ ଯୋଗଦେଇ ଥିଲେ । ବିଧାୟକ ତାଙ୍କ ବକ୍ତବ୍ୟରେ କୃଷକମାନେ ଦେଶର ମେରୁଦଣ୍ଡ ସେମାନେ କୃଷିକର୍ମ କରି ଜନସାଧାରଣଙ୍କୁ ଆହାର ଯୋଗାଇବା ସହିତ ବ୍ଳକ ତଥା ଜିଲ୍ଲା ଓ ରାଜ୍ୟ ସୁନାମ ଅର୍ଜନ କରୁଛନ୍ତି । କୃଷକ ମାନଙ୍କୁ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି କରମଣ ପୁରସ୍କାର ଲଗାତାର ପାଇ ଆସୁଛନ୍ତି । ହେଲେ ବିଭାଗୀୟ ଅଧିକାରୀ ମାନେ ଏହି କୃଷକଙ୍କୁ ଗୁରୁତ୍ୱ ନଦେବା ସହ ବିଭିନ୍ନ ଯୋଜନାରେ ଆସୁଥିବା ସମସ୍ତ ସୁବିଧାକୁ ଠିକ୍ ଭାବରେ ଓ ଠିକ୍ ମାନର ଯୋଗାଇ ଦିଆଯାଉନଥିବା କହିଥିଲେ । ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଦର୍ଶ ଦୁଗ୍ଧ ଉତ୍ପାଦକ ଭାବେ ସୁନନ୍ଦ ଚନ୍ଦ୍ର ସାହୁ, ଉଦ୍ୟାନ ବିଭାଗ ପକ୍ଷରୁ ରିପୁ ଚନ୍ଦ୍ର ପ୍ରଧାନ, କୃଷି ବିଭାଗ ପକ୍ଷରୁ ଦିବ୍ୟସିଂହ ପାତ୍ର ସହିତ ଅର୍ଣ୍ଣପୂର୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ଦାଶ ହଜାର ଟଙ୍କା ପୁରସ୍କୃତ କରି ସମାନିତ କରିଥିଲେ । ଏହି ଅବସରରେ ବିଧାୟକ ଏବଂ ଜିଲ୍ଲା କୃଷି ଅଧିକାରୀ ଦାରିଙ୍ଗବାଡ଼ି ବ୍ଲକ ପାଇଁ କୃଷି ରଥ କୁ ଉଦଘାଟନ କରିଥିଲେ l କୃଷକମାନଙ୍କ ସୁବିଧା ପାଇଁ ବିଭିନ୍ନ ବିଭାଗ ତଥା ଉଦ୍ୟାନ ବିଭାଗ ବ୍ଳକ ସହକାରୀ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲିକ, ବ୍ଳକ ପ୍ରାଣୀ ଚିକିତ୍ସା ଅଧିକାରୀ ପୀତବାସ ସାହୁ ,ମୃତ୍ତିକା ସଂରକ୍ଷଣ ଅଧିକାରୀ ଦେବେନ୍ଦ୍ର କୁମାର ପଣ୍ଡା, ବ୍ଳକ କୃଷି ଅଧିକାରୀ ବୃନ୍ଦାବନ ବେହେରା ପ୍ରମୁଖ ଯୋଗଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଳକ ସହକାରୀ କୃଷି ଅଧିକାରୀ କ୍ଷେତ୍ରିବିଳାସ ବେହେରା ନେତୃତ୍ୱରେ କୃଷି ଅଧି ଦର୍ଶକ ଅମୟ ପଟନାୟକ, ବିକ୍ରମ ପ୍ରଧାନ, କାଳିନୀର ନାୟକ, ବ୍ଳକ ବୈଷୟିକ ସହାୟକ ସୋମନାଥ ସ୍ୱାଇଁ, ଅରୁଣ କୁମାର ପଟ୍ଟନାୟକ ଓ ରଞ୍ଜିତ କୁମାର ପ୍ରଧାନଙ୍କ ସହଯୋଗରେ ପରିଚାଳନା କରି ସଫଳ କରିଥିଲେ ।

hiranchal ad1
Leave A Reply

Your email address will not be published.

three × 5 =