କିଟ୍‍ ଓ କିସ୍ ରେ ଆନ୍ତର୍ଜାତିକ ମହିଳା ଦିବସ : କିଟ୍‍ ଓ କିସ୍‍ର ମହିଳା କର୍ମଚାରୀଙ୍କୁ କିଟ୍‍ ମାଗଣାରେ ଦେବ କରୋନା ଟିକା

0 92

ଭୁବନେଶ୍ୱର: କିଟ୍‍ ଅନୁଷ୍ଠାନ ସମୂହ ଓ କିସ୍ ରେ କାର୍ଯ୍ୟରତ ସମସ୍ତ ମହିଳା କର୍ମଚାରୀଙ୍କୁ କିଟ୍‍ ପକ୍ଷରୁ ମାଗଣା କରୋନା ଟିକା ଯୋଗାଇ ଦିଆଯିବ ବୋଲି କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଘୋଷଣା କରିଛନ୍ତି । ସୋମବାର କିଟ୍‍ ଓ କିସ୍‍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ନୂଆଦିଲ୍ଲୀରୁ ଭର୍ଚୁଆଲ ମୋଡ ରେ ଯୋଗଦେଇ ମହିଳାମାନେ ଯେତେ ସଶକ୍ତ ହେବେ ସମାଜ, ରାଜ୍ୟ ଓ ଦେଶ ସେତେ ପ୍ରଗତି କରିବ ବୋଲି କହିଥିଲେ । ସେ କହିଲେ, କିଟ୍‍ ଓ କିସ୍‍ର ଅଗ୍ରଗତିରେ ମହିଳା କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେଥିପାଇଁ ସେ ସମସ୍ତ ମହିଳା କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । କିଟ୍‍ ଓ କିସ୍ ରେ ମହିଳାଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦିଆଯିବାଠାରୁ ଆରମ୍ଭ କରି ଅନେକ ଉଚ୍ଚ ଓ ଗୁରତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ ପାଇଁ ସୁଯୋଗ ଦିଆଯାଇଛି । ଏହି ଅବସରରେ କିଟ୍‍, କିସ୍‍ ଓ କିମ୍‍ସର ସମସ୍ତ ମହିଳା କର୍ମଚାରୀଙ୍କୁ ମାଗଣା କରୋନା ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିବା ସହ ଟିକା ବାବଦ ସମସ୍ତ ଅର୍ଥ କିଟ୍‍ ବହନ କରିବ ବୋଲି କହିଥିଲେ । ଏହା ସହିତ କିଟ୍ ରେ ଏକ ମହିଳା ଫୋରମ ପ୍ରତିଷ୍ଠା କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ । ଯେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଅଗ୍ରାଧିକାର ଦିଆ ନ ଯାଇଛି ସେ ପର୍ଯ୍ୟନ୍ତ ବିକାଶ କଥା ଚିନ୍ତା କରାଯାଇ ପାରିବ ନାହିଁ । ମହିଳା ସଶକ୍ତିକରଣ ମୂଳରେ ଶିକ୍ଷା ନିହାତି ଅପରିହାର୍ଯ୍ୟ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ସାଧାରଣ ସଂପାଦକ ତଥା ଭାରତୀୟ ସ୍କାଉଟ୍‍ ଓ ଗାଇଡ୍‍ର ରାଷ୍ଟ୍ରୀୟ କମିଶନର-ରେଞ୍ଜରସ ଡ. ପଙ୍କଜ ମିତ୍ତଲ କହିଲେ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ୍‍, କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲାଯାଇଥିôବାରୁ ଅଧିକ ସଂଖ୍ୟକ ଛାତ୍ରୀ ଶିକ୍ଷାଲାଭ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ସଚେତନତା ଆବଶ୍ୟକ ଏବଂ ସେମାନଙ୍କୁ ସୁଯୋଗ ଦିଆଗଲେ ସେମାନେ ଏହାର ସଦୁପଯୋଗ କରିପାରିବେ ବୋଲି ଡ. ମିତ୍ତଲ କହିଥିଲେ । ତେବେ କେବଳ ବର୍ଷର ଗୋଟିଏ ଦିନକୁ ମହିଳା ଦିବସ ଭାବେ ପାଳନ ନ କରି ବର୍ଷ ତମାମ ମହିଳା ଦିବସର ତାତ୍ପର୍ଯ୍ୟ କାର୍ଯ୍ୟକାରୀ କରାଯିବା ଉଚିତ ବୋଲି ସେ କହିଥିଲେ । କିଟ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ପ୍ରମୁଖ ମହିଳାଙ୍କୁ ଶିକ୍ଷା ଓ ଉପଯୁକ୍ତ ସୁଯୋଗ ତଥା ସତେଚନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଶେଷରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

18 + six =