ମୁଣ୍ଡାପଡାରେ କ୍ଷୁଦ୍ର ଉଦ୍ୟୋଗ ମସଲା ତିଆରି ତାଲିମ ଉଦଘାଟିତ

0 189


ଜହ୍ନାପଙ୍କ,୯/୩;ବୌଦ୍ଧ ବ୍ଲକ ମୁଣ୍ଡାପଡା ପଂଚାୟତ ସ୍ୱଭାଗୃହରେ ନାବାର୍ଡ଼ର ସହାୟତା ଓ ସଂଯୋଜନା ମିଳିତ ଆନୁକୂଲ୍ୟରେ ୧୦ ଦିନିଆ କ୍ଷୁଦ୍ର ଉଦ୍ୟୋଗ ମସଲା ତିଆରି ତାଲିମ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି।ମୁଣ୍ଡାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ବିଦ୍ୟାଧର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ନାବାର୍ଡ ଡି ଡି ଏମ୍ ତାପସ ଶଙ୍କର ରାଉତ,ଏଲ ଡି ଏମ୍ ଲିଡ଼ ବ୍ୟାଙ୍କ ବୋୖଦ୍ଧ ରାମଚନ୍ଦ୍ର ସେଠୀ, ସଂଯୋଜକ ସଂପାଦକ ଉମେଷ ଚନ୍ଦ୍ର କର୍ଣ, ପି ଇ ଓ ଗୌରୀ ଶଙ୍କର ପ୍ରଧାନ ଯୋଗଦେଇ ମହିଳା ମାନେ କିପରି ସ୍ୱାବଲମ୍ବୀ ହୋଇ ଅର୍ଥନୈତିକ ଅଭିବୃଦ୍ଧି ହେବ ସେସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ତାଲିମଦାତା ଭାବେ ବବିତା ସାହୁ ଯୋଗଦେଇ ୧୦ ଦିନ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ତାଲିମ ଶିବିରରେ ପଂଚାୟତର ୩ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା ତାଲିମ ନେଉଛନ୍ତି ।

hiranchal ad1
Leave A Reply

Your email address will not be published.

nine + seven =