ରାଷ୍ଟ୍ରପତିଙ୍କ ପୋଲିସ୍‌ ମେଡାଲ ଗ୍ରହଣ କଲେ ବୌଦ୍ଧର ସୁନୀଲ ମିଶ୍ର

0 2,509

ବୌଦ୍ଧ,୧୦/୩- ବୌଦ୍ଧମାଟିର ସୁଯୋଗ୍ୟ ସନ୍ତାନ ତଥା ସି.ଆଇ.ଏସ.ଏଫ. ଡେପୁଟି କମାଣ୍ଡାଣ୍ଟ ସୁନୀଲ କୁମାର ମିଶ୍ର ନିଜ ଉଲ୍ଲେଖନୀୟ ସେବାପାଇଁ ଗତ ସାଧାରଣତନ୍ତ୍ର ଦିବସରେ ଘୋଷିତ ରାଷ୍ଟ୍ରପତିଙ୍କ ପୋଲିସ୍‌ ପଦକ ଆଜି ଗ୍ରହଣ କରିଛନ୍ତି । ଗାଜିଆବାଦସ୍ଥିତ ୫ମ ରିଜର୍ଭ ବାଟାଲିୟନ୍‌ ଗ୍ରାଉଣ୍ଡଠାରେ ସି.ଆଇ.ଏସ.ଏଫ. ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଭାରତ ସରକାରଙ୍କର ଗୃହ ବିଭାଗର ସଚିବ ଅଜୟ କୁମାର୍‌ ବଲାଡ୍‌, ଆଇ.ଏ.ଏସ.ଙ୍କ ଠାରୁ ଆଜି ଗ୍ରହଣ କରିଛନ୍ତି । ପୁରସ୍କାର ପ୍ରଦାନ ସମାରୋହରେ ସି.ଆଇ.ଏସ.ଏଫ ମହା ନିର୍ଦ୍ଦେଶକ ସୁବୋଧ କୁମାର ଜୟସ୍ୱାଲ, ଆଇ.ପି.ଏସ.ଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ପୋଲିସ୍‌ ସଂଗଠନର ମହା ନିର୍ଦ୍ଦେଶକ ଓ ମହା ନିରୀକ୍ଷକ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ରଙ୍କ ଧର୍ମପତ୍ନୀ ଜ୍ୟୋସ୍ନାରାଣୀ ମିଶ୍ର ମଧ୍ୟ ପଦକ ଗ୍ରହଣ ସମୟରେ ଥିଲେ । ଡେପୁଟି କମାଣ୍ଡାଣ୍ଟ ଶ୍ରୀ ମିଶ୍ର ବୌଦ୍ଧ ଚନ୍ଦ୍ରଚୁଡ ରୋଡର ନିବାସୀ କୃତ୍ତି ଶିକ୍ଷକ ସ୍ୱର୍ଗତ ସାରଙ୍ଗଧର ମିଶ୍ର ଓ ଶ୍ରୀମତୀ ହରିପ୍ରିୟା ମିଶ୍ରଙ୍କ ପୁତ୍ର । କେନ୍ଦ୍ରୀୟ ପୋଲିସ ସଂଗଠନର ଅନେକ ଗୁରୁତ୍ୱପୁର୍ଣ୍ଣ ପଦପଦବୀରେ ରହି ନିଷ୍ଠାର ସହ କାମକରି ରାଷ୍ଟ୍ରପତିଙ୍କ ପୋଲିସ୍‌ ପଦକ ପାଇଥିବାରୁ ତାଙ୍କର ପରିବାର, ବନ୍ଧୁବାନ୍ଧବ ଓ ପରିଚିତ ଲୋକ ଅଭିନନ୍ଦନ ଜଣାଇଛନ୍ତି । ପତ୍ନୀଙ୍କ ପ୍ରେରଣା ଓ ସହଯୋଗ ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନାରେ ତାଙ୍କୁ ଅନୁପ୍ରାଣୀତ କରିଥିବା ନିଜ ପ୍ରତିକ୍ରିୟାରେ ଶ୍ରୀ ମିଶ୍ର ପ୍ରକାଶ କରିବାସହ ଅବସରପରେ ସମାଜ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି । ତାଙ୍କର ଏହି ସଫଳତାରେ ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

15 − 11 =