“ଲକ୍ଷ୍ୟ” ମାନଦଣ୍ଡ ହାସଲରେ ଗଜପତି ଜିଲ୍ଲା ସ୍ଥାନ ପାଇଲା

0 102

ପାରଳାଖେମୁଣ୍ଡି ,୨୦/୩ -“ଲକ୍ଷ୍ୟ” ହେଉଛି ପ୍ରସୂତି ଗୃହ ଏବଂ ପ୍ରସୂତି ଅସ୍ତ୍ରପୋଚାର ଗୃହର ଗୁଣବତ୍ତାକୁ ଅଭିବୃଦ୍ଧି କରିବାର ପ୍ରୟାସ । ଯାହା ପରିବାର ଏବଂ ସ୍ୱାସ୍ଥ୍ୟ ବିଭାଗ , ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ । ଏହା ହେଉଛି ଆମ ଜିଲ୍ଲା ପାଇଁ ଏକ ଗୌରବର କଥା ଯେ ୧.୫ ବର୍ଷର ଅଥକ ପରିଶ୍ରମ ଆମକୁ ଭାରତ ସରକାରଙ୍କର ଏହି ସମ୍ମାନସ୍ପଦ ସ୍ୱକୃତି ପତ୍ର ପ୍ରାପ୍ତ ହୋଇଛି । ଦେଢ ବର୍ଷର କଠିନ ପରିଶ୍ରମ(୨୦୧୯-୨୦୨୦) ୪ଟି ପର୍ଯ୍ୟାୟ ଦେଇ ଗତି କରିଥିଲା , ଯଥା ପ୍ରସ୍ତୁତି ପର୍ଯ୍ୟାୟ (୨ମାସ) , ମୁଲ୍ୟାଙ୍କନ ପର୍ଯ୍ୟାୟ (୨ମାସ) , ଉନ୍ନତି କରଣ ପର୍ଯ୍ୟାୟ (୧୨ ମାସ ) ଏବଂ ପରିଶେଷରେ ଜାତୀୟ ସ୍ଥରରୁ ମୂଲ୍ୟାଙ୍କନକାରୀ ମାନେ ଆସି ମୂଲ୍ୟାଙ୍କନ (୧ ଏବଂ ୨ ମାର୍ଚ୍ଚ ୨୦୨୦ ) ରେ କରିଥିଲେ । 
ଜିଲ୍ଲାର ସ୍ୱଳ୍ପ ଉତ୍ସର୍ଗୀକୃତ ଦଳ ଯେଉଁଥିରେ ପୂର୍ବତନ ADMO(medical)  ଏବଂ ବର୍ତ୍ତମାନର ସିଡିଏମ୍‌ଓ  ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଡ଼ଃ. ପ୍ରଦୀପ କୁମାର ପାତ୍ର , ସ୍ତ୍ରୀ ଏବଂ ପ୍ରସୂତି ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ , ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (unfpa) ର ଡ଼ଃ. ପ୍ରଦୀପ କୁମାର ପଣ୍ଡା , ଆର.ବି.ଏସ୍‌. କେ ପରିଚାଳକ , ଜିଲ୍ଲା ସଂଯୋଜକ ବିଏସ୍‌କେୱାଇ ଏବଂ ଅନ୍ୟମାନଙ୍କର ଅବଦାନ ରହିଛି । 
ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ଗୁନୁରାଣୀ ପଟ୍ଟନାୟକଙ୍କ ଅବଦାନ ଏହି “ଲକ୍ଷ୍ୟ” ପାଇଁ ଅତୁଳନୀୟ । ନୀତି ଆୟୋଗର ଆକାଂକ୍ଷା ଜିଲ୍ଲାର କମ୍ପୋଜିଟ୍ ସ୍କୋରିଂରେ ‘ଲକ୍ଷ୍ୟ’ ପ୍ରମାଣପତ୍ର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପରିମାପକ ଅଟେ ।
 ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ମୂଲ୍ୟାଙ୍କନରେ ପ୍ରସୂତି ଗୃହ ୯୨% ଏବଂ ମାତୃ ଅପରେସନ୍ ଗୃହ ୯୩% ଅର୍ଜନ କରିଥିଲା । ଏତଦ୍‌ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ , ପାରଳାଖେମୁଣ୍ଡି ପ୍ଲାଟିନମ୍ ବ୍ୟାଜ୍ ହାସଲ କରିବାରେ ସକ୍ଷମ ହୋଇଥିଲା । 
ଏହି ଉପଲକ୍ଷେ ଏକ ଭବ୍ୟ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗଜପତି ଜିଲ୍ଲାପାଳ ଅନୁପମ ସାହା , ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ. ପ୍ରଦୀପ କୁମାର ପାତ୍ର , ଅନ୍‌ଲାଇନ୍‌ର ଅତିଥି ବୃନ୍ଦ ମଧ୍ୟ ଯୋଗଦାନ କରିଥିଲେ ।
 ଅନଲାଇନ୍‌ର ଅତିଥିମାନଙ୍କ ମାନେ ହେଲେ ଯଥା:- ସଂଜୀବ କୁମାର ଚଡ୍ଡା (ଜାତୀୟ ପ୍ରଭାରୀ ଅଫିସର୍ , ନୀତି ଆୟୋଗ , ନୂଆଦିଲ୍ଲୀ) ଡ଼ଃ. ବିଜୟ କୁମାର ପାଣିଗ୍ରାହୀ (ନିର୍ଦ୍ଦେଶକ , ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ , ଓଡ଼ିଶା ସରକାର ) , ଡ଼ଃ.ଦୀପା ପ୍ରସାଦ (ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜଙ୍କ , ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଭୂବନେଶ୍ୱର, ଓଡିଶା  ପ୍ରମୁଖ ଯୋଗଦେଇଥିଲେ । ଡାକ୍ତର , ନର୍ସ , ଏନମ୍ , ନିର୍ମଳ କର୍ମଚାରୀ , ମ୍ୟାନେଜ୍ ମେଣ୍ଟ ଟିମ୍ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୫ ଜଣଙ୍କୁ ସେମାନଙ୍କ ବିଶେଷ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା । ସେମାନେ ହେଲେ ସ୍ତ୍ରୀ ଏବଂ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ ସାହୁ , ଡି.ପି.ଏମ୍‌ (ଜାତୀୟ ସ୍ୱାସ୍ଥ୍ୟ ମିଶନ) ଗଜପତି ସୁଶ୍ରୀ ସୌମ୍ୟାରାଣୀ ଗୌଡ , ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (unfpa) ଡାକ୍ତର ପ୍ରଦୀପ କୁମାର ପଣ୍ଡା ,  ପ୍ରସୂତି ଗୃହର ଷ୍ଟାଫ ନର୍ସ ଅନୀତା ପାତ୍ର ଏବଂ ମାତୃ ଅପରେସନ୍ ଥିଏଟରର ଷ୍ଟାଫ ନର୍ସ ମମତା ରାଉଳ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଚାଳନା ଡିପିଏମ୍ ( ଜତୀୟ ସ୍ୱାସ୍ଥ୍ୟ ମିଶନ) ଗଜପତି, ସୁଶ୍ରୀ ସୌମ୍ୟାରାଣୀ ଗୌଡ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 + twenty =