ଏ.ଟି.ଏମ. କର୍ମଚାରୀଙ୍କ ଠାରୁ 21 ଲକ୍ଷ ଲୁଟ ମାମଲାରେ ବୌଦ୍ଧର 4 ଲୁଟେରା ଗିରଫ

0 4,818

hiring

ବୌଦ୍ଧ,୨୩/୩ – ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଧର୍ମଶାଳା ଫାଣ୍ଡି ଠାରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଗତ 17 ତାରିଖ ରେ ବନ୍ଧୁକ ମୁନରେ ବରୋଦା ବ୍ୟାଙ୍କ ଏ.ଟି. ଏମ. କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ ଘଟଣା ପର୍ଦାଫାସ କରିଛି ସୋନପୁର ପୋଲିସ । 21 ଲକ୍ଷ ଟଙ୍କାରୁ 15 ଲକ୍ଷ 30 ହଜାର ଟଂକା ଉଦ୍ଧାର କରିବା ସହିତ 5 ଜଣ ଡକାୟତ ଗିରଫ ହୋଇଛନ୍ତି | ଏ ଡକାୟତି ମାମଲାରେ ବୌଦ୍ଧ ଜିଲ୍ଲାର 4 ଜଣ ଡକାୟତ ଗିରଫ ହୋଇଥିବା ବେଳେ ବ୍ୟବହାର ହୋଇଥିବା 5 ଟି ବାଇକକୁ ଜବତ କରିଛି ପୋଲିସ ।10 ଟି ମୋବାଇଲ ଫୋନ ଜବତ ହୋଇଛି । 5 ଜଣ ଡକାୟତମାନଙ୍କ ମଧ୍ୟରୁ 4 ଜଣ ଉତ୍ତମ ଦୀପ,ହରିବୋଲ ସାଣ୍ଢ,ଆମ୍ବୁଜ ବେହେରା, ସାରଦୁଲ ଗଇଗରିଆ ହେଉଛନ୍ତି ବୌଦ୍ଧ ଜିଲ୍ଲାର ଓ ସୁନୀଲ ମହାରଣା ସୋନପୁର ସହରର । ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ସୁନୀଲ ମହାରଣା ଯିଏ କି ବରୋଦା ବ୍ୟାଙ୍କ ଏ.ଟି. ଏମ. କର୍ମଚାରୀ । ଏ ନେଇ ସୁବର୍ଣ୍ଣପୁର ଏସ ପି ଙ୍କ ଅଫିସ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ସୁବର୍ଣ୍ଣପୁର ଏସ.ପି. ସୀତାରମ ଶତପଥୀ ସୂଚନା ଦେଇଛନ୍ତି ।ଗତ 17 ତାରିଖରେ ଧର୍ମଶାଳା ଫାଣ୍ଡିରୁ ଦେଢ କିମି ଦୂର ବାଘଲପୁର ଗାଁ ନିକଟରେ ଲୁଟ ଘଟଣା ଘଟିଥିଲା । ଡି.ଏସ.ପି. ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ କରାଯାଇଥିଲା । ସେଥିରେ ବି.ଏମ. ପୁର ଆଇ.ଆଇ.ସି. ଙ୍କ ସହିତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଟିମରେ ଥିଲେ । ସୋନପୁର ପୋଲିସ୍ ର ଏ ସଫଳତାକୁ ସବୁ ମହଲରେ ପ୍ରଶଂସା କରାଯାଉଛି l

hiranchal ad1
Leave A Reply

Your email address will not be published.

five + 1 =