ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0 69

ବାଲିଗୁଡ଼ା,୨୪/୩: ସହିଦ ଭଗତ ସିଂ,ରାଜଗୁରୁ ଓ ସୁଖଦେବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜାତୀୟ କଳାକାର ଓ କର୍ମକର୍ତ୍ତା ନିଫା ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୧୫୦୦ଟି କ୍ୟାମ୍ପ ରେ ୯୦ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବାବେଳେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ବାଲିଗୁଡ଼ା ଶିକ୍ଷା ନିକେତନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଦେଶ ତଥା ରାଜ୍ୟରେ ରକ୍ତାଭାବ ଦୂର କରିବା ପାଇଁ ଅନୁଷ୍ଠାନର ଏହି ପ୍ରୟାସ ବୋଲି କହିଛନ୍ତି ବାଲିଗୁଡ଼ା ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ । ସେପଟେ ଅନୁଷ୍ଠାନ ପକ୍ଷରୁ ୧୦୦ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ସହ ବାଲିଗୁଡ଼ା ଶିକ୍ଷାନିକେତନ ଏହି କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ବେଶ୍‌ ଆତ୍ମସନ୍ତୁଷ୍ଟି ଲାଭ କରିଥିବା କହିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ଅନ୍ୟପଟେ ଏହି ମହତ କାର୍ଯ୍ୟରେ ନିଜକୁ ସାମିଲ କରି ସ୍ୱେଚ୍ଛାକୃତଭାବେ ରକ୍ତଦାନ କରି ନିଜକୁ ଗର୍ବିତ ମନେ କରିଛନ୍ତି ରକ୍ତଦାତା ପ୍ରତୀକ୍ଷା ସ୍ୱାଇଁ । ଏହି ଶିବିରରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟବିଜୟ କୁମାର ସୁର୍‌ ଉପସ୍ଥିତ ରହି ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସୁଚାରୁରୂପେ ସଂପାଦନା କରିଥିଲେ । ଏଥିସହିତ ଶିକ୍ଷା ନିକେତନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନୁଷ୍ଠାନର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two + six =