ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ

0 98

ବାଲିଗୁଡ଼ା,୨୬/୩- ଗୃହ ମନ୍ତ୍ରଣାଳୟ ଭାରତ ସରକାର ଏବଂ ଶ୍ରୀ ଏସ.କେ ମହାନ୍ତି, ଇନ୍ସପେକ୍ଟର ଜେନେରାଲ୍‌ ପୋଲିସ୍‌, ଓଡିଶା ସେକ୍ଟର, ସିଆରପିଏଫ ଦ୍ୱାରା ବାଲିଗୁଡ଼ା ଥାନା ରେବିଙ୍ଗିଆଠାରେ ସିଭିକ୍‌ ଆକ୍ସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଆରପିଏଫ୍‌ ୧୨୭ ବାଟାଲିୟନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ଲାଇଟ୍‌ ଏବଂ ସୋଲାର ଲ୍ୟାଂପ୍‌ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡେପୁଟି ଇନ୍ସପେକ୍ଟର ଜେନେରାଲ୍‌ ଶ୍ରୀ ବିଜୟ କୁମାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ସିଆରପିଏଫ ଅଧୀକ୍ଷକ କମଲ, ରେଞ୍ଜ ସମ୍ବଲପୁରଙ୍କ ଉପସ୍ଥିତିରେ ରେବିଙ୍ଗିଆ ପଂଚାୟତର ଗମାପଦର, ରେବିଙ୍ଗିଆ, ବୁଡାଗୁଡା, ଦୁଲିକିଆ, ପୁକୁରିଶି, ଦିଗିପଡ଼ି, ସାକାରପାଡି, ପୋଡାସାହି ଗ୍ରାମର ଶତାଧିକ ଅଂଚଳବାସୀଙ୍କୁ ଶ୍ରୀ ଆନନ୍ଦ ଝା ଏବଂ ଦ୍ୱିତୀୟ କମାଣ୍ଡ ଅଫିସର ଶ୍ରୀ ସୁଖବୀର ସିଂ ସୋଲାର ଦୀପ ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ ବଂଟନ କରିଛନ୍ତି । ଏଥିସହିତ ଏହି ଅଞ୍ଚଳର ପିଲାମାନଙ୍କ ପାଇଁ କ୍ରୀଡା ସାମଗ୍ରୀ ଯେପରିକି ଫୁଟବଲ୍‌, ଭଲିବଲ୍‌, କ୍ୟାରମ୍‌ ଏବଂ ପ୍ଲାଷ୍ଟିକ୍‌ ବାଲ୍ଟି ଇତ୍ୟାଦି ବଂଟନ କରାଯାଇଥିଲା । ସୋଲାର ଲ୍ୟାମ୍ପ ଏବଂ ଷ୍ଟ୍ରିଟ୍‌ ଲାଇଟ୍‌ ବଂଟନ ନକ୍ସଲ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଉପକୃତ କରିବ । ସୋଲାର ଦୀପ ପାଇବା ଦ୍ୱାରା ସେମାନେ ଟଙ୍କା ସଂଚୟ କରିବା ସହିତ ଏହା ପିଲାମାନଙ୍କ ପାଠପଢ଼ା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ସହାୟକ ହେବ । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରି ଅଂଚଳର ଲୋକମାନେ ସରକାରୀ ବ୍ୟବସ୍ଥାରେ ବିଶେଷକରି କେନ୍ଦ୍ରୀୟ ରିଜର୍ଭ ପୋଲିସ୍‌ ଫୋର୍ସ ଉପରେ ଏକ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ବଢାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ସିଆରପିଏଫ୍‌ କମାଣ୍ଡାଣ୍ଟ । ଏହା ମଧ୍ୟ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ସୋଲାର ଶକ୍ତିକୁ ପ୍ରୋତ୍ସାହିତ କରିବ ଏବଂ ଅଞ୍ଚଳବାସୀ ମୁଖ୍ୟ ସ୍ରୋତରେ ଯୋଗଦେବା ପାଇଁ ସାଧାରଣ ଲୋକଙ୍କ ଉତ୍ସାହକୁ ପ୍ରେରଣା ଦେବ । ସିଆରପିଏଫ୍‌ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଭବିଷ୍ୟତରେ ଅଧିକ କରାଯିବ ବୋଲି କହିଛନ୍ତି ସିଆରପିଏଫ୍‌ କମାଣ୍ଡାଣ୍ଟ ।

hiranchal ad1
Leave A Reply

Your email address will not be published.

16 + sixteen =