ବାରମ୍ବାର ନେହୁରା ପରେବି ପ୍ରଶାସନ କଲାନି, ହରଭଙ୍ଗାବ୍ଲକ କିଡନିମଂଚର ଆବାହକ ନିଜସ୍ୱ ସମ୍ବଳରୁ ଲଗାଇଲେ ଆରୋପ୍ଲାଣ୍ଟ

0 783

ହରଭଙ୍ଗା,୫/୪- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଅନ୍ତର୍ଗତ ମହାମାରୀ ରୂପ ନେଇଥିବା କିଡନି ପ୍ରପୀଡିତ ଥିବା ଚନ୍ଦ୍ରଶେଖରପୁର ଗାଁ ରେ ଏକ କମୁନିଟି ଅକ୍ୱାଗାର୍ଡ ସୋମବାରଦିନ ଲଗାଯାଇଛି । କିଡ଼ନୀ ପ୍ରପୀଡ଼ିତ ହରଭଙ୍ଗା ବ୍ଲକ ନାଗରିକ କମିଟିର ଆବାହକ ଇଂ ବିକାଶ ମହାକୁଳ ଏହି ଆରୋପ୍ଲାଣ୍ଟଟି ଲଗାଇଛନ୍ତି । ଗାଁ ଲୋକେ ମଧ୍ୟ ଏଥିରେ ସହଯୋଗ କରିଥିଲେ । ପାଣିପମ୍ପ ଓଭର ହେଡ ଟାଙ୍କି ଏବଂ ଆରୋ ୱାଟର ପ୍ଲାଣ୍ଟ ବସାଯାଇ ଗ୍ରାମରେ ଯେମିତି ସ୍ୱଚ୍ଛପାଣି ପିଇବାପାଇଁ ପାଇପାରିବେ ସେନେଇ ବ୍ୟବସ୍ଥା କରିଛନ୍ତି । ସ୍ୱଚ୍ଛ ପାଣି ବୁନ୍ଦାଏ ପାଇଁଁ ସରକାରଙ୍କୁ ବାରମ୍ବାର ନେହୁରା ହେବାକୁ ପଡିଥିଲା ଅନ୍ୟପଟେ ପ୍ରଶାସନ ମଧ୍ୟ୍ୟ ବାରମ୍ବାର ପ୍ରତିଶୃତି ଦେଇ ଭୁଲି ଯାଉଥିବାରୁ କିଡ଼ନୀ ପ୍ରପୀଡ଼ିତ ନାଗରିକ କମିଟିର ଆବାହକ ନିଜସ୍ୱ ସୀମିତ ସମ୍ବଳରୁ ଏହି ବ୍ୟବସ୍ଥା କରି ଲୋକଙ୍କୁ କିଡ଼ନୀ ରୋଗରୁ ବଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ରହିଯାଇଥିବା ବ୍ଲକର ଆହୁରି ୨୨ ଗୋଟି କିଡ଼ନୀ ପ୍ରପୀଡ଼ିତ ଗାଁ ମାନଙ୍କରେ ମଧ୍ୟ ଏହିପରି ଭାବେ କମ୍ୟୁନିଟି ଆରୋପ୍ଲାଣ୍ଟ ଲଗାଇବା ପାଇଁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରାଯାଇଅଛି ଏବଂ ଧୀରେ ଧୀରେ ଆଗାମୀ କିଛି ମାସ ମଧ୍ୟରେ ସମସ୍ତ ୨୨ ଗୋଟି ଗ୍ରାମରେ ଲଗାଯିବ ବୋଲି ମଂଚର ସଂପାଦକ ସୁଚନା ଦେଇଛନ୍ତି । ଗାଁରେ ଉକ୍ତ ପ୍ଲାଣ୍ଟଟି ୬୦ ହଜାର ଟଙ୍କାରେ ଲଗାଯାଇଥିବାବେଳେ ଗ୍ରାମବାସୀ ମଧ୍ୟ ଘରଗୋଟିକୁ ୨୦୦ଟଙ୍କା ହିସାବରେ ଅର୍ଥ ସଂଗ୍ରହ କରି ସମୁଦାୟ ୩୫ଶହ ଟଙ୍କା ଏହି ପ୍ରକଳ୍ପରେ ଲଗେଇଛନ୍ତି । ବାକି ବ୍ୟକ୍ତିଗତ ହିସାବରେ ମଂଚର ଆବାହାକ ବିକାଶ ମହାକୁଳ ପ୍ରଦାନ କରିଥିବା ଜଣାପଡିଛି । ସୁଚନାଥାଉକି ଏହି ଗାଁରେ ସମୁଦାୟ ୨୨ ଘର ମଧ୍ୟରୁ କିଡ଼ନୀ ରୋଗରେ ୧୨ଜଣ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ୨୧ ଜଣ ପୀଡିତ ହୋଇ ଯମ ଯନ୍ତ୍ରଣା ଭୋଗ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five + 10 =