ଟମାଟୋର ଅଭାବୀ ବିକ୍ରୀ, ଚାଷୀଙ୍କ ମୁଣ୍ଡରେ ଚଡକ

0 1,034

ବୌଦ୍ଧ,୬/୪– ଖରିଫ ଋତୁ ପରେ ବୌଦ୍ଧ ଜିଲ୍ଲାର ଚାଷୀମାନେ ରବି ଋତୁରେ ପନିପରିବା ଫସଲ କରିଥାଆନ୍ତି । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ଅଂଚଳରେ ପ୍ରବଳ ମାତ୍ରାରେ ଟମାଟୋ ଉତ୍ପାଦନ ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ବଜାର ଓ ରପ୍ତାନି ଅଭାବରୁ ଚାଷୀମାନେ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଖାଉଟିଙ୍କୁ ଓ ବଜାରରେ କିଲୋ ପ୍ରତି ୫ ଟଂକା ଦରରେ ବିକିବା ପାଇଁ ବାଧ୍ୟ ହେଉଛନ୍ତି । ଯଦ୍ୱାରା ଟମାଟୋ ଚାଷୀ ଆର୍ଥିକ କ୍ଷତି ଭୋଗିବାକୁ ବାଧ୍ୟ ହେଉଛନ୍ତି । ବୌଦ୍ଧ ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବା ହେତୁ ଉତ୍ପାଦିତ ଟମାଟୋକୁ ସାଇତି ରଖିବାର ସୁଯୋଗ ମଧ୍ୟ ନାହିଁ । ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ ନାହିଁକି ବାହାରକୁ ରପ୍ତାନୀର ସୁଯୋଗ ନଥିବା ଯୋଗୁଁ ସେମାନଙ୍କ ମୁଣ୍ଡରେ ଚଡକ ପଡିଛି । ଜିଲ୍ଲାରୁ ଉତ୍ପାଦିତ ହେଉଥିବା ଟମାଟୋକୁ ସାଇତି ରଖି ବଜାର ଦର ବଢିବା ପରେ ବିକିବାପାଇଁ ପ୍ରତିବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

four + 15 =