କୋଭିଡ କଟକଣା ଉଲ୍ଲଂଘନ ନେଇ ଦାରିଙ୍ଗବାଡ଼ି ପୁଲିସର ସ୍ପେଶାଲ ଡ୍ରାଇଭ୍‌, ୫ହଜାର୨ଶହ ଟଙ୍କା ଜୋରିମାନା ଆଦାୟ

0 96

ଦାରିଙ୍ଗବାଡ଼ି,୮/୪- କୋଭିଡ୍‌ କଟକଣା ଉଲ୍ଲଙ୍ଘନ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍‌ କରିବାପାଇଁ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ବୁଧବାରଠାରୁ ସାରାରାଜ୍ୟରେ ପୁଲିସର ସ୍ପେଶାଲ ଡ୍ରାଇଭ୍‌ ଚାଲିଛି । ଏ ନେଇ ଦାରିଙ୍ଗବାଡ଼ି ପୁଲିସ ତରଫରୁ ଦିନକରେ ବିଭିନ୍ନ ସ୍ଥାନରେ ଚଢ଼ାଉକରି ୫ହଜାର ୨୦୦ ଟଙ୍କା ଜୋରିମାନା ଆଦାୟ କରିଛି । ଏନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତ ଦିନକୁ ଦିନ ବଢିଚାଲିଛି । ଏହାକୁ ନଜରରେ ରଖି ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା ଓଡିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି । ଏଥି ସହିତ ରାଜ୍ୟତମାମ ପୁଲିସ ସ୍ପେଶାଲ୍‌ ଡ୍ରାଇଭ୍‌ କରୁଛି । ଅମାନିଆଙ୍କୁ ସାବାଡ କରିବା ପାଇଁ ଫାଇନ୍‌ କରିଛି । କେତେକ କ୍ଷେତ୍ରରେ କେତେକ ଅଭ୍ୟାସଗତ ଅମାନିଆଙ୍କୁ ଫାଇନ୍‌ କରିଛି । ବୁଧବାର ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ନେତୃତ୍ୱକ୍ରମେ ଏସ.ଆଇ ସୌମ୍ୟରଞ୍ଜନ ଜେନା ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ଦୋକାନ, ମୁଖ୍ୟ ରାସ୍ତା, ବ୍ୟାଙ୍କ ,ହୋଟେଲ ସମେତ ସିମନବାଡି, କିରୀକୁଟି ଭଳି ବିଭିନ୍ନ ଗ୍ରାମରେ ଚଢ଼ାଉକରି ମାସ୍କ ପିନ୍ଧିନଥିବା ଆମାନିଆ ମାନଙ୍କ ଠାରୁ ୫ ହଜାର ୨୦୦ ଟଙ୍କା ଜୋରିମାନା ଆଦାୟ କରିଥିଲେ । ଏଭଳିକି ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବା ସହ ଗହଳି ନକରିବାକୁ ଦୋକାନୀଙ୍କୁ କୁହାଯାଇଥିବାବେଳେ ସାଧାରଣ ଲୋକଙ୍କୁ ମଧ୍ୟ ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ସଚେତନ କରିଥିଲେ ।

hiranchal ad1
Leave A Reply

Your email address will not be published.

3 + 14 =