ଦୁଇଜଣ ପଜିଟିଭ୍‌ ଚିହ୍ନଟ ପରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌‌ ଘୋଷଣାକଲା ପ୍ରଶାସନ

0 374

ବାଲିଗୁଡ଼ା,୧୦/୪- କନ୍ଧମାଳ ଜିଲ୍ଲା କ.ନୂଆଗାଁ ଚଣାପଦର ଅଞ୍ଚଳରୁ ଦୁଇଜଣ ପଜିଟିଭ୍‌ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଚଣାପଦରର ଗୋଟିଏ ଅଞ୍ଚଳକୁ ସାତଦିନ ପର୍ଯ୍ୟନ୍ତ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ପ୍ରଶାସନ । ସେପଟେ ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ୧୪ ଦିନିଆ ସ୍ପେଶାଲ ଡ୍ରାଇଭ୍‌ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲିଗୁଡ଼ା,କ.ନୂଆଗାଁ, ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ ଅଞ୍ଚଳରେ ପୋଲିସ୍‌ ପକ୍ଷରୁ ମାସ୍କ ଚେକିଂ ଓ ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ଅମାନିଆଙ୍କ ନିକଟରୁ ଫାଇନ୍‌ ମଧ୍ୟ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

3 + nine =