ଦାରିଙ୍ଗବାଡ଼ି,୧୭/୪: ୩ ବର୍ଷର ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇ ଜେଜେମାର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ସୋନପୁର ଗ୍ରାମରେ। ମୃତକ ଜେଜେମା ଜଣକ ହେଲେ ୬୦ ବର୍ଷୀୟ ବୃଦ୍ଧା ସନ୍ଧ୍ୟାବାଲି ବେହେରାଦଳେଇ।ଦାରିଙ୍ଗବାଡି ପୋଲିସ ଖବର ପାଇ ଘଟଣା ସ୍ଥଳେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ତେବେ ସୂଚନା ମୁତାବକ ସୋନପୁର ଗ୍ରାମର ଉପରସାହି ରେ ରହୁଥିବା ତେମଶ ବେହେରାଦଳେଇଙ୍କ ୩ ବର୍ଷର ପୁଅ ଭୁଲେଶ୍ୱର ଗତକାଲି ଅପରାହ୍ନ ଦୁଇଟା ସମୟରେ ଘରେ ଥିବା ଏକ ବିଦ୍ୟୁତ ବୋର୍ଡ଼ରେ ହାତ ମାରିଦେଇଥିଲେ।ଜାହାରିଫଳରେ ତାକୁ ବିଦ୍ୟୁତ ଆଘାତ ଲାଗିଥିଲା।ଆଉ ସେହିସମୟରେ ଭୁଲେଶ୍ୱରଙ୍କ ଜେଜେମା ଗାଧୋଇବାକୁ ଯାଇ ଓଦା ଲୁଗାରେ ଘରକୁ ଫେରି ଦେଖିଥିଲେ ଯେ ନାତି ବିଦ୍ୟୁତ ଆଘାତରେ ଲାଗିଯାଇଛି। ଆଉ ସେଇ ଓଦା ସରବରରେ ଜେଜେମା ସନ୍ଧ୍ୟାବାଲି ବେହେରାଦଳେଇ ନାତିକୁ ବିଦ୍ୟୁତ ଆଘାତରୁ ଉଦ୍ଧାର କରିବାକୁ ଯାଇ ନାତିକୁ ସେଠାରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ସେ ନିଜେ କିନ୍ତୁ ବିଦ୍ୟୁତ ଆଘାତରେ ଗୁରୁତର ଆଘାତ ହୋଇଯାଇଥିଲେ। ଆଉ ପରିବାର ଲୋକ ସନ୍ଧ୍ୟାବାଲିଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦାରିଙ୍ଗବାଡି ପୋଲିସ ଏ ଖବର ପାଇ ମେଡିକାଲରେ ପହଞ୍ଚିବା ସହ ଶବକୁ ଜବତ କରି ୬/୨୧ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
