ଅନୁଗୋଳ : ଦେଶ ର ଅଗ୍ରଣୀ ବ୍ୟାଙ୍କ ଭାବେ ଜଣା ଶୁଣା ଭାରତୀୟ ଷ୍ଟେଟ ଵ୍ୟାଙ୍କ ଦ୍ୱାରା ଆଜି ଏକ ନିରାଡ଼ମ୍ବର ଉତ୍ସବ ରେ ସାମାଜିକ ଦା୍ୱିତ୍ୱବୋଧତା ର ନିଦର୍ଶନ ସ୍ୱରୂପ ଅନୁଗୋଳ ଜିଲ୍ଲା ପୋଲିସ କୁ ଏକ ପେଟ୍ରୋଲିଙ୍ଗ ଗାଡି ପ୍ରଦାନ କରାଯାଇଛି |
ଏହି କାର୍ଯ୍ୟକ୍ରମ ଟି ରେ ଭୁବନେଶ୍ୱର ମଣ୍ଡଳ ର ମହାପ୍ରବନ୍ଧକ (ନେଟୱର୍କ -1)ଶ୍ରୀ ସି ଏଲ ଏନ ଚାର୍ୟଲୁ,ଉପ ମହା ପ୍ରବନ୍ଧକ,( ଜୋନ 2 )ଶ୍ରୀ କୁନ୍ଦନ ଜ୍ୟୋତି, କ୍ଷେତ୍ରୀୟ ପ୍ରବନ୍ଧକଶ୍ରୀ ପ୍ରମୋଦ କୁମାର ପ୍ରଧାନ,
ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଡଃ ସାର୍ଥକ ଷଡ଼ଙ୍ଗୀ ଙ୍କ ଉପସ୍ଥିତି ରେ ଶ୍ରୀ ଜଗମୋହନ ମୀନା, ଆରକ୍ଷୀ ଅଧିକ୍ଷକ, ଅନୁଗୋଳ ଜିଲ୍ଲା ପୋଲିସ ଗ୍ରହଣ କରିଥିଲେ, ଉକ୍ତ ଗାଡି ଟି ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟବହାର ହେବା ସଂଗେ ସଂଗେ ଡିଜିଟାଲ ବ୍ୟାଙ୍କିଙ୍ଗ ର ପ୍ରଚାର ପ୍ରସାର କରାଇ,ଜନସାଧାରଣ ଙ୍କୁ ଷ୍ଟେଟ ଵ୍ୟାଙ୍କ ର ଅନନ୍ୟ ଏକକ ବ୍ୟାଙ୍କିଙ୍ଗ ସମାଧାନ ପ୍ରଣାଳି ୟୋନୋ(yono) ଆପ ର ବ୍ୟବହାର ବାବଦରେ ସଚେତନା କରିବାରେ ସହାୟକ ହେବ |