ରାମଗଡରେ କୃଷି ରଥ କାର୍ଯ୍ୟକ୍ରମ

0 81

ହରଭଙ୍ଗା,୧୮/୦୪- ଆଧୁନିକ ପ୍ରଣାଳୀରେ କୃଷି କାର୍ଯ୍ୟକରି ଚାଷୀର ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସରକାର ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି । ନାଚ ଗୀତ ମଧ୍ୟମରେ ଚାଷୀକୁ ରୋଗ, ପୋକର ସଠିକ ଉପଚାର, ମାଟି ପରୀକ୍ଷା, ବୈଜ୍ଞାନିକ ପ୍ରଣାଳୀରେ ଚାଷ ବିଷୟରେ ଲୋକଙ୍କୁ ସଚେତନ କରାଇ ଅଧିକ ରୋଜଗାରକ୍ଷମ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ଏହି କୃଷି ରଥ ବୁଲି ସଚେତନ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ରାମଗଡ ଠାରେ ମଧ୍ୟ ରାମଗଡ ପଞ୍ଚାୟତର ଭିଏଲଡବ୍ଲୁ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, କୃଷିମିତ୍ର ସୁରେନ୍ଦ୍ର ଦେହୁରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

sixteen − 3 =