କ୍ରସର୍‌ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0 249

ବୌଦ୍ଧ,୧୯/୪- ବୌଦ୍ଧବ୍ଲକ୍‌ ଗୋଛାପଡା ଗ୍ରାମ ପଞ୍ଚାୟତ ବିଜାପଦର୍‌ ଓ ସିଆଳିମୁଣ୍ଡା ଗ୍ରାମରେ ଥିବା ଦୁଇଟି କ୍ରସରକୁ ବନ୍ଦ କରିବା ପାଇଁ ଉଭୟ ଗ୍ରାମର ଶତାଧିକ ଜନସାଧାରଣ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କ୍ରସର୍‌ ଓ ବେଆଇନ୍‌ ପଥର ଉତ୍ତୋଳନ ଯୋଗୁଁ ସାଧାରଣ ଲୋକ ବହୁତ୍‌ ହଇରାଣ ହେଉଥିବା ଓ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି । ଦିନରାତି ପଥର ଉତ୍ତୋଳନ ପାଇଁ ବିସ୍ଫୋରଣ କରାଯାଉଥିବା ଯୋଗୁଁ ଜନଜୀବନ ଉପରେ ତାର ପ୍ରଭାବ ପଡୁଛି । ଗାଈଗୋରୁ ମାନଙ୍କ ଚାରଣ ଭୂମି ଦିନକୁ ଦିନ ସଂକୁଚିତ ହେଉଛି । ଲିଜ ଅବଧି ସରି ଯାଇଥିବା ସତ୍ତେ୍ୱ ଖଣି ଉତ୍ତୋଳନ ଯୋଗୁଁ ସରକାରୀ ରାଜସ୍ୱ ମଧ୍ୟ ହାନି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ କ୍ରସର୍‌ ପାଇଁ ଦିଆଯାଇଥିବା ଅନୁମତି ବାତିଲ କରାଯାଇ ଲୋକଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷିତ ରଖିବାକୁ ଉଭୟ ଗ୍ରାମର ଅଧିବାସୀ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 − six =