ଆଜି ବୌଦ୍ଧ ଏନ.ଏ.ସି.ରୁ ୧୩ ଓ କଂଟାମାଳରୁ ୭ ପଜିଟିଭ ଚିହ୍ନଟ

0 2,092

ବୌଦ୍ଧ,୨୦/୪ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି କରୋନା ମିଟର୍‌ ବଢି ନୂତନ ୨୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୨୩ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୮ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୨୩ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୩ ଜଣ, ହରଭଙ୍ଗା ବ୍ଲକ୍‌ ଲୁଣିବାହାଲ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, କଂଟାମାଳ ବ୍ଲକ୍‌ ପଲସାଗୋରା ଗ୍ରାମ ପଞ୍ଚାୟତ ଅଂଚଳରୁ ୩ ଜଣ, ନାରାୟଣ ପ୍ରସାଦ ଗ୍ରାମ ପଂଚାୟତ ଅଂଚଳରୁ ୧ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ, ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ଓ ବିଳାସପୁର୍‌ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ସହରାଞ୍ଚଳରେ କରୋନା ସ୍ଥିତି ଅତି ଗମ୍ଭୀର ହେଉଥିବାବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୩ ରେ ପହଞ୍ଚିଛି । ସରକାରଙ୍କ ଘୋଷଣା ଅନୁଯାୟୀ ଦୁଇଦିନ ହେଲା ରାତି ୯ ଘଣ୍ଟା ଠାରୁ ସକାଳ ୫ ଘଣ୍ଟା ପର୍ଯ୍ୟନ୍ତ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ଆସନ୍ତା ଶନିବାରଠାରୁ ସପ୍ତାହନ୍ତ ଦୁଇଦିନିଆ ସର୍ଟଡାଉନ ଶନିବାର ଓ ରବିବାର ବୌଦ୍ଧ ସହରାଞ୍ଚଳରେ ଲାଗୁ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି । ଜିଲ୍ଲାର ଗ୍ରାମାଞ୍ଚଳ ସପ୍ତାହନ୍ତ ସର୍ଟଡାଉନରୁ ମୁକ୍ତ ରଖାଯିବ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

nineteen + 13 =