ବେପରୁଆ ଗାଡି ଚାଳନା, ଟ୍ରାକ୍ଟରକୁ ପଛରୁ ଧକ୍କାଦେଲା ବାଇକ

0 1,616

ବୌଦ୍ଧ,୨୦/୪ – ଆଜି ଭୋର ପ୍ରାୟ ୫ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ରାସ୍ତା କଡରେ ରଖାଯାଇଥିବା ଗୋଟିଏ ଟ୍ରାକ୍ଟର ପଛରେ ବାଇକ ଧକ୍କାଦେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ୫ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ମନମୁଣ୍ଡା ବାଇପାସ୍‌ ଛକ ନିକଟରେ ଗୋଟିଏ ଟ୍ରାକ୍ଟର ରାସ୍ତା କଡରେ ରଖି ଡ୍ରାଇଭର ପରିସ୍ରା କରିବାକୁ ଯାଇଥିବାବେଳେ ଭାଲିଆପଦର ଛକ ପଟରୁ ସୋନପୁର ଆଡକୁ ଆସୁଥିବା ଏକ ବାଇକ ଓଡି ୩୧ ଜେ ୦୩୬୦ ଟ୍ରାକ୍ଟର ପଛରେ ଧକ୍କା ଦେଇଥିଲା । ଫଳରେ ସୋନପୁର ଜିଲ୍ଲା ହରଡଖୋଲ ଅଂଚଳର ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ବାଇକ ଆରୋହୀଙ୍କ ବେପରୁଆ ଚାଳନା ଯୋଗୁଁ ଟ୍ରାକ୍ଟର ପଛରେ ପିଟି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

hiranchal ad1
Leave A Reply

Your email address will not be published.

9 + twelve =