ଜିଲ୍ଲାରୁ ଆଜି ୨୦ ଆକ୍ରାନ୍ତ ଚିହ୍ନଟ, କେବଳ ବୌଦ୍ଧ ଏନଏସିରୁ ୧୧ ପଜିଟିଭ

0 2,363

ବୌଦ୍ଧ,୨୩/୪ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୦ ଜଣ ନୂତନ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରେ ହିଁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ନୂତନ ୨୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୮ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୨୦ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୧ ଜଣ, ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମରୁ ୧ ଜଣ, ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ, କଂଟାମାଳ ବ୍ଲକ ଗୋପାଳପୁର୍‌ ଗ୍ରାମରୁ ୧ ଜଣ, ଶିମିଳିଜୋର୍‌ ଗ୍ରାମରୁ ୧ ଜଣ, ପୁରୁଣାପାଣିରୁ ଗ୍ରାମରୁ ୧ ଜଣ, ରତାଖଣ୍ଡି ଗ୍ରାମରୁ ୧ ଜଣ, ସାନ ରାହାଜୋର୍‌ ଗ୍ରାମରୁ ୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବୌଦ୍ଧ ବ୍ଲକ୍‌ ମୁର୍ଷୁଣ୍ଢି ଗ୍ରାମ ପଂଚାୟତ ତେତେଲଙ୍ଗା ଗ୍ରାମରୁ ୧ଜଣ ନୂତନ କୋରନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସିଡିଏମଓ ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି । କରୋନା ସମ୍ପର୍କିତ କୌଣସି ସୁଚନା ଜନସାଧାରଣ ଦେବାପାଇଁ ବୌଦ୍ଧଜିଲ୍ଲା ପ୍ରଶାସନ ଏକ ହୁଆଟ୍ସ ଆପ୍‌ ନମ୍ବର୍‌ ଜାରୀ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଆଗମନ, କୋଭିଡ ନିୟମ ଉଲ୍ଲଂଘନ, ମାସ୍କ ଓ ସାମାଜିକ ଦୂରତା ଅବଲମ୍ବନରେ ଖିଲାପ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପ୍ରଶାସନକୁ ସୁଚନା ଦେବାପାଇଁ ଚାହୁଁଥିଲେ ୭୮୪୮୦୦୪୧୫୮ ନମ୍ବରରେ ଜନସାଧାରଣ ସୁଚନା ଦେଇପାରିବେ ।

hiranchal ad1
Leave A Reply

Your email address will not be published.

three + fourteen =