ପିଇବାପାଣି ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସୀମାନ୍ତ ଅଞ୍ଚଳବାସୀ

0 421

ବୌଦ୍ଧ,୨୩/୪- ସମସ୍ତଙ୍କୁ ପିଇବା ପାଣି ଯୋଗାଇଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପିଇବା ପାଣି ପାଇଁ ଜିଲ୍ଲାର ସୀମାନ୍ତ ବଦଲା କଲୋନିସାହି ଓ ବାରିଙ୍ଗବାସୀ । ବଦଲା କଲୋନିସାହିରେ ଥିବା ଦୁଇଟି ନଳକୂପ ଓ ବାରିଙ୍ଗ ହାଡିସାହିରେ ଥିବା ଗୋଟିଏ ନଳକୂଅ ଗତ ଦୁଇମାସ ହେଲା ଅଚଳ ହୋଇଯାଇଛି । ସେଗୁଡିକ ମରାମତି ପାଇଁ ଲୋକେ ଗ୍ରାମ ପଞ୍ଚାୟତ ଓ ବ୍ଲକ୍‌ ଅଫିସରେ ବାରମ୍ବାର ଅଭିଯୋଗ କରିଛନ୍ତି ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଲୋକେ ନାଳରେ ଚୁଆକରି ରୋଷେଇ ଓ ପାନୀୟ ପାଇଁ ଜଳସଂଗ୍ରହ କରୁଥିବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ଜିଲ୍ଲାର ସୀମାନ୍ତ ଅଂଚଳର ଜନସାଧାରଣ ପିଇବା ପାଣିପାଇଁ ନଳକୂପ ମରାମତି କରାଇବା ଦାବିରେ ବୌଦ୍ଧଆସି ଜିଲ୍ଲାପାଳଙ୍କ ନିକଟରେ ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ଦାବିପତ୍ର ପ୍ରଦାନ କରିଥିଲେ । ତୁରନ୍ତ ନଳକୂପ ମରାମତି ପାଇଁ ସେମାନେ ଉଭୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନଚେତ୍‌ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 17 =