୪ ବର୍ଷର ଡି.ଏ ଓ ଇନକ୍ରିମେଣ୍ଟ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

0 544

ବୌଦ୍ଧ,୨୪/୪ – ବୌଦ୍ଧଜିଲ୍ଲାରେ ଲେଭେଲ୍‌ ୫ ଏକ୍ସ କେଡର ଶିକ୍ଷକମାନେ ଚାରିବର୍ଷ ତଳେ ରେଗୁଲାର୍‌ ହୋଇ ମଧ୍ୟ ଆଜିପର୍ଯ୍ୟନ୍ତ ସେମାନଙ୍କ ଡି. ଏ. ଓ ଇନକ୍ରିମେଣ୍ଟ ପାଇନଥିବା ଅଭିଯୋଗ କରି ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହାରେ ୯୪ ଜଣ ଏକ୍ସ କେଡର ଶିକ୍ଷକ ରେଗୁଲାର୍‌ ହୋଇଥିଲେ । ସେମାନଙ୍କ ଚାରି ବର୍ଷର ଡି. ଏ.ଓ ଇନକ୍ରିମେଣ୍ଟ ସହ ଛଅ ମାସର ବକେୟା ଦରମା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜରିଆରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ସର୍ବଶିକ୍ଷା ଅଭିଯାନ ଜିଲ୍ଲା ପ୍ରକଳ୍ପ ସଂଯୋଜକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଚାରି ବର୍ଷ ଧରି ବାରମ୍ବାର ଅଭିଯୋଗ ସତ୍ତେ୍ୱ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ହେତୁ ପରିଶେଷରେ ଶିକ୍ଷକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଶିକ୍ଷକ ଜାମିନୀ ବେହେରା, ସଞ୍ଜୟ ଦେହୁରୀ ଓ ବିଶ୍ୱନାଥ ମଲ୍ଲିକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × four =