ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ପାଇଁ କାର୍ଯ୍ୟକ୍ଷମ ହେଲା ସମର୍ପିତ କୋଭିଡ ଚିକିତ୍ସାଳୟ

0 140

hiring

ସୁବର୍ଣ୍ଣପୁର,୨୫/୪- ରାଜ୍ୟରେ ବର୍ତ୍ତମାନ କରୋନା ର ଦ୍ଵିତୀୟ ଲହର କ୍ରମଶଃ ବୃଦ୍ଧିହେଉଥିବାର ପରିଲକ୍ଷିତ ହେଉଛି l ସର୍ବସାଧାରଣଙ୍କ ଧନଜୀବନ ତଥା ସ୍ୱାସ୍ଥ୍ୟକୁ ଦୃଷ୍ଟି ରେ ରଖି ସରକାରଙ୍କ ତରଫରୁ ବହୁବିଧ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ସହ କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ଉପରେ ଗୁରୁତ୍ୱାରୋପ କରିଛନ୍ତି l ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ତରଫରୁ କରୋନାରେ ସଂକ୍ରମିତ ଗୁରୁତର ରୋଗୀଙ୍କ ଜରୁରୀ ଚିକିତ୍ସା ନିମନ୍ତେ ସୋନପୁର ଆଇ.ଟି.ଆଇ. ଠାରେ ସମ୍ପୂର୍ଣ୍ଣ ସମର୍ପିତ କୋଭିଡ ଚିକିତ୍ସାଲୟର କାର୍ଯ୍ୟକ୍ଷମ ହୋଇଛି l ଜିଲ୍ଲାର କୌଣସି ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ନିମନ୍ତେ ଅବସ୍ଥାପିତ କୋଭିଡ ଚିକିତ୍ସାଳୟରେ ତୁରନ୍ତ ଭର୍ତ୍ତି କରାଯାଇପାରିବ l ଏଣୁ ଜିଲ୍ଲାର ଗୁରୁତର କରୋନା ସଂକ୍ରମିତ ରୋଗୀଙ୍କ ତୁରନ୍ତ ଚିକିତ୍ସା ନିମନ୍ତେ ଏହି ସମର୍ପିତ କୋଭିଡ ଚିକିତ୍ସାଳୟ ରେ ଭର୍ତ୍ତି କରାଇ ଚିକିତ୍ସା ସୁବିଧା ନେବାକୁ ଜିଲ୍ଳା ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସୂଚୀତ କରାଯାଇଛି l

hiranchal ad1
Leave A Reply

Your email address will not be published.

twenty − twenty =