ପାଟଣାଗଡ,୨୫/୪- ସମଗ୍ର ବିଶ୍ୱରେ ଦ୍ୱିତୀୟ ଲହର କରୋନା ଜନିତ କଟକଣା ସମୟରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷାବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ୍କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ (କିସ ର ଛାତ୍ରଛାତ୍ରୀ ମାନଙ୍କ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ଅନ ଲାଇନ ଶିକ୍ଷା ବ୍ୟବସ୍ଥାକୁ ଅନବରତ ଜାରିରଖିବା କାର୍ଯ୍ୟକ୍ରମ ହାତକୁନେଇ ସାରାବିଶ୍ୱରେ ଉଦାହରଣ ସୃଷ୍ଟି କରିଛନ୍ତି । କରୋନା କଟକଣା ପରିସ୍ଥିତିରେ କିସ୍ ଛାତ୍ରଛାତ୍ରୀମାନଙ୍କୁ ନିରବିଛିନ୍ନ ପୁରାପୁରି ମାଗଣା ଶିକ୍ଷାଦାନ ପାଇଁ କିସ୍ ତରଫରୁ ଅନଲାଇନ ଲାଇଭ କ୍ଲାସ ଏବଂ କଳିଙ୍ଗ ଟିଭି ମାଧ୍ୟମରେ ଲାଇଭ କ୍ଲାସ ଶିକ୍ଷା ପ୍ରଦାନ କରାଯାଉଛି । ଦଶମ, ଦ୍ୱାଦଶ, +୩ଏବଂ ପିଜି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷା ପ୍ରଦାନ ସହିତ କିସ କିଟ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କିସ୍ର ଶିକ୍ଷକମାନେ ପ୍ରତିମାସ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଅନୁଧ୍ୟାନ କରିବାକୁ ପ୍ରତି ବ୍ଲକକୁ ଆସୁଛନ୍ତି । ଡ଼. ସାମନ୍ତଙ୍କ ଅବଦାନ ଫଳରେ ଏକାଦଶ ପର୍ଯ୍ୟାୟ ପାଠ୍ୟ ଉପକରଣ ,ଦ୍ୱିତୀୟଶ୍ରେଣୀରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଜି ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବେଲପଡାର କର୍ମକର୍ତ୍ତାମାନେ ପାଠ୍ୟ ଉପକରଣ, ଶୁଖିଲା ଖାଦ୍ୟ ସାମଗ୍ରୀ, ସାନିଟାଇଜର ପ୍ରଦାନ କରିଛନ୍ତି । ଏହି ପ୍ରଦାନ ସମୟରେ ବେଲପଡା ବ୍ଳକର୍ ସମାଜସେବୀ ଭୋପାଳ ସିଂ ବିଶ୍ୱାଳ, ଗୁରୁବାର ଧରୁଆ, ଲିଳୁଧର୍ ଭୋଇ, ବାଲକୃଷ୍ଣ ଶବର, କେଶବ ରଞ୍ଜନ ଶବର, ସରସ୍ୱତୀ ଭୋଇ, ମାନସ ବନଗୁଳା, ଜଗଦୀଶ ଭୋଇ, ରସିକ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।