ଅସଂପୂର୍ଣ୍ଣ ସୁଚନା ଫଳକରେ ସରିଗଲା ରାସ୍ତାକାମ !

0 670

ବୌଦ୍ଧ,୨୬/୪- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜାଲୋଇ ଗ୍ରାମଠାରୁ ଖୋଇମାଲ୍‌ ରାସ୍ତାରେ ଗତ ୨୦୨୦ – ୨୧ ମସିହାରେ ୫ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଇଛି । ମହାତ୍ମାଗାନ୍ଧି ଜାତୀୟ କର୍ମନିଯୁକ୍ତି ଯୋଜନା ଅର୍ଥରେ ନିର୍ମିତ ମୋରମ ମେଟାଲ ରାସ୍ତାର କାମ ସରି ଯାଇଥିବା ସତ୍ତେ୍ୱ କାର୍ଯ୍ୟାରମ୍ଭ ସ୍ଥଳରେ ଲଗାଯାଇଥିବା ଫଳକରେ ସୁଚନା ଲେଖା ଏଯାଏଁ ସମ୍ପୂର୍ଣ୍ଣ ହୋଇପାରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନୁଦାନରେ ଉକ୍ତ ରାସ୍ତା କାମ ହୋଇଥିଲେ ମଧ୍ୟ ଶ୍ରମିକ ବଦଳରେ ମେସିନରେ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟ କେବେ ଆରମ୍ଭ, କେବେ ଶେଷ, କେତେ ଶ୍ରମ ଦିବସ ସୃଷ୍ଟି ହୋଇଛି ଓ ଦୈ÷ନିକ ମଜୁରୀ କେତେ ଆଦି ସୁଚନା ଫଳକରେ ଆଦୌ ଲେଖାଯାଇନଥିବା ରାସ୍ତାକାମର ସ୍ୱଚ୍ଛତାର ପ୍ରମାଣ ଦେଉଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି । ବୌଦ୍ଧବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏ ଦିଗରେ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

1 × two =