ବୌଦ୍ଧଜିଲ୍ଲା: ଚଳିତବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ

0 4,029

ବୌଦ୍ଧ,୨/୫ : ଆଜି ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷର ରେକର୍ଡ ସଂଖ୍ୟକ ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୧୦୩ କରୋନା ପଜିଟିଭ ସଂଖ୍ୟାକୁ ମିଶାଇଲେ ଆଜିସୁଦ୍ଧା ବୌଦ୍ଧ ଜିଲ୍ଲାରେ ମୋଟ୍‌ ୩୫୯୮ ଜଣ ଆକ୍ରାନ୍ତ ହୋଇ ସାରିଲେଣି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ହରିଡାପାଲି ଗ୍ରାମରୁ ୧ ଜଣ, ବ୍ରିଜ ଛକ ଅଞ୍ଚଳରୁ ୩ ଜଣ, ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍‌ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମରୁ ୧ ଜଣ, ପଲସପାଟ୍‌ ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଗମ୍ଭାରୀ ପଦରଗ୍ରାମରୁ ୧ ଜଣ, ଲୁଣ୍ଡାବେରଣୀ ଗ୍ରାମରୁ ୧ ଜଣ, କଣ୍ଟୁଆଣି ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ ବାହାଜୋର୍‌ ଗ୍ରାମରୁ ୨ ଜଣ, ଚୌରିଆପଦର୍‌ ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀଗ୍ରାମରୁ ୨ ଜଣ, ତେଲିବନ୍ଧ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ ଆଡେଣିଗଡ ଗ୍ରାମରୁ ୪ ଜଣ, ବଦଲାସାହି ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମରୁ ୧ ଜଣ ପନଖିମାଲ୍‌ ଗ୍ରାମରୁ ୧ ଜଣ, ବନ୍ଧାପଥର ଗ୍ରାମରୁ ୧ ଜଣ, ଚାରିଛକରୁ ୨ ଜଣ, ବୀରନରସିଂପୁର୍‌ ଗ୍ରାମ ପଞ୍ଚାୟତ ବୀରରାମଚନ୍ଦ୍ରପୁର୍‌ ଗ୍ରାମରୁ ୧ ଜଣ, ଘୋରଡା ଗ୍ରାମରୁ ୧ ଜଣ, ଚମ୍ପାମାଳ୍‌ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ପଲସା କୁଟୁଣୀ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ହରଭଙ୍ଗା ଗ୍ରାମରୁ ୧ ଜଣ, ନୁଆ କୋଡାସିଙ୍ଗା ଗ୍ରାମରୁ ୧ ଜଣ, ସମ୍ବଲପୁର ଗ୍ରାମରୁ ୨ ଜଣ, କୁଶଙ୍ଗ ଗ୍ରାମରୁ ୧ ଜଣ, ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲ ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ଉଦେପୁର ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାନ ସୁବଳୟା ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲିକପଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ନେନ୍ଦ୍ରୀମାଲ୍‌ ଗ୍ରାମରୁ ୧ ଜଣ, ବିଳାସପୁର୍‌ ଗ୍ରାମ୍‌ ପଂଚାୟତ ତାଲପଡା ଗ୍ରାମରୁ ୧ ଜଣ, ଘଣ୍ଟାପଡା ଗ୍ରାମ ପଞ୍ଚାୟତ ମାନିକପୁର୍‌ ଗ୍ରାମରୁ ୨ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଜୟଦପୁର୍‌ ଗ୍ରାମରୁ ୧ ଜଣ, ବଡ଼ ଛପାପାଲୀ ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ସର୍ଗୀପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୪ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଗୁହିରାପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୪ ଜଣ, କୁଲିହାପାଲି ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ ପଞ୍ଚାୟତ ଖଇରମାଲ୍‌ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ମଲିକପଦର୍‌ ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମରୁ ୩ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଗବଯୋର ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଂଚାୟତ ଗୋପାଳପୁର୍‌ ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରେ ଖଲିଆବଗିଚା ସାହିର ୩ ଜଣ, ବୁଟୁପାଲିରୁ ୨ ଜଣ, ବଗିଚାସାହିରୁ ୨ ଜଣ, ପୁରୁଣା ବ୍ଲକ୍‌ଛକରୁ ୧ ଜଣ, ଦୈନିକ ବଜାର ଅଂଚଳରୁ ୩ ଜଣ, କେଉଟସାହି ଅଂଚଳର ୧ ଜଣ, ସହିଦ ଛକ ଅଞ୍ଚଳରୁ ୧ ଜଣ, ଦାନୀ ସାହିରୁ ୨ ଜଣ, ଶୁଦ ସାହିରୁ ୧ ଜଣ, ବାବୁସାହିରୁ ୨ ଜଣ, ରାଜବାଟୀରୁ ୧ ଜଣ, ଗାନ୍ଧୀଛକ ଅଞ୍ଚଳରୁ ୧ ଜଣ ଓ ନୂଆ ରେଭିନ୍ୟୁ କଲୋନୀ ଅଂଚଳରୁ ୧ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

16 − 10 =