ଏବିଭିପି କନ୍ଧମାଳ ପକ୍ଷରୁ କଣ୍ଟେନମେଣ୍ଟ ଯୋନ ରେ ସାନିଟାଇଜ କରି ନିଃସ୍ୱାର୍ଥପର ସେବା ଫୁଲବାଣୀ:୦୩/୦୫ କନ୍ଧମାଳ ରେ ଦିନକୁ ଦିନ କରୋନା ପଜିଟିଭ ଙ୍କ ସଂଖ୍ୟା ଦୃତ ଗତିରେ ବଢୁଥିବା ଫଳରେ ପ୍ରଶାସନଠୁ ଆରମ୍ଭ କରି ସମସ୍ତେ ଏହାକୁ ନେଇ ଚିନ୍ତିତ ଥିବାବେଳେ କରୋନାକୁ ଚେକ ପକାଇବା ପାଇଁ ଏବିଭିପି କନ୍ଧମାଳ ନିଃସ୍ୱାର୍ଥପର ସେବାରେ ନିଜ ଜୀବନକୁ ବାଜି ଲଗାଇ ଆଗକୁ ଆଗେଇ ଚାଲିଛି ।
କନ୍ଧମାଳ ଏ ବିଭିପି ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଙ୍କ ନେତୃତ୍ୱରେ ଫୁଲବାଣୀ ବସଷ୍ଟାଣ୍ଡ ଠାରେ ବସ, ଅଟୋ ଏବଂ ସେଠାରେ ଥିବା ଦୋକାନ ଗୁଡିକୁ ସାନିଟାଇଜ କରିଥିଲେ। ଏହା ବ୍ୟତୀତ ମାଇକ୍ରୋ କଣ୍ଟେନମେଣ୍ଟ ଏରିଆ ଏବଂ ଯେଉଁ ଘର ଗୁଡିକରେ କରୋନା ପଜିଟିଭ ବାହାରିଅଛି ସେହି ଘର ଗୁଡିକ ମଧ୍ୟ୍ୟ ସାନିଟାଇଜ କରିଥିଲେ ଏବିଭିପି କର୍ମକର୍ତ୍ତା ମାନେ
ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ନଗର ସହ ସମ୍ପାଦକ ଅମିତ ବେହେରା, ଜିଲ୍ଲା ଏ ଏସ ଏଫଏସ ପ୍ରମୁଖ କାଶୀନାଥ ଗଣ୍ଡା, ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜ ଡାକୁଆ, ଆଦି ସହ ଯୋଗ କରିଥିଲେ l ଏହାବ୍ୟତୀତ ସଟ ଡାଉନ ସମୟରେ ଗରୀବ ନିଃସହାୟ ମାନଙ୍କୁ ଖାଦ୍ୟ ପୁଡ଼ିଆ ଓ ପାଣି ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି ଏହି କର୍ମୀମାନେ ।ସେହିପରି ସାପ୍ତାହିକ ହାଟରେ କରୋନା ସଚେତନତା ସହ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି ଏହି ଏବିଭିପି କନ୍ଧମାଳ ର କାର୍ଯ୍ୟ କର୍ତା ସଦସ୍ୟ ମାନେ ।
Sign in
Sign in
Recover your password.
A password will be e-mailed to you.