ବୌଦ୍ଧ,୩/୫ – ଗତକାଲି ୧୩ ଗୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘୋଷଣା କରିଥିବାବେଳେ ଆଜି ପୁଣି କରୋନା ପ୍ରଭାବିତ ୧୦ ଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ଆଜି ଯେଉଁ ଅଂଚଳ କଣ୍ଟେନମେଣ୍ଟ ହୋଇଛି ସେଗୁଡିକ ହେଲା ହରଭଙ୍ଗା ବ୍ଲକ ସରସରା ଗ୍ରାମ ପଞ୍ଚାୟତର ସରସରା ଗ୍ରାମ, ହରଭଙ୍ଗା ଗ୍ରାମ ପଞ୍ଚାୟତ ସଦର ମହକୁମା ହରଭଙ୍ଗା ଗ୍ରାମ, ନୂଆ କୋଡାସିଙ୍ଗା ଗ୍ରାମ ଓ ସମ୍ବଲପୁର ଗ୍ରାମ, ସାଂପୋଚ ଗ୍ରାମ ପଞ୍ଚାୟତର ଶ୍ୟାମସୁନ୍ଦରପୁର୍ ଗ୍ରାମ, ଧଳପୁର୍ ଗ୍ରାମ ପଞ୍ଚାୟତର ଧଳପୁର୍ ଗ୍ରାମ, ବୌଦ୍ଧ ସହରାଞ୍ଚଳର ପୋଡାପଡା ଓ ବଗିଚା ସାହି, କଣ୍ଟାମାଳ ବ୍ଲକ ବିଳାସପୁର୍ ଗ୍ରାମ୍ ପଂଚାୟତ ପାଣ୍ଡରିପଡା ଗ୍ରାମ ଓ ଗୁଡଭେଲି ପଦର ଗ୍ରାମ ପଞ୍ଚାୟତର ଗୁଡଭେଲିପଦର ଗ୍ରାମ ବୋଲି ଜଣାପଡିଛି । ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏସବୁ କରୋନା ପ୍ରଭାବିତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।