ବୌଦ୍ଧ/ହରଭଙ୍ଗା,୩/୫- ଆଜି ହରଭଙ୍ଗା ବ୍ଲକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳକଣ୍ଠ ବେହେରାଙ୍କ ଅଧ୍ୟକ୍ଷତାରେ କୋଭିଡ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କରୋନା ସମ୍ପର୍କରେ କିପରି ଜଣେ ସ୍ୱେଚ୍ଛାସେବୀ ଭାବେ ନିଜ ନିଜ କର୍ତ୍ତବ୍ୟ ତୁଲାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲୋକକଳା ବିକାଶ କେନ୍ଦ୍ର ଏଲ୍ କେ ବି କେ ଏବଂ ଜୀବନଜ୍ୟୋତି ଅନୁଷ୍ଠାନର ୧୧ ଜଣଙ୍କୁ କୋଭିଡ୍ ପାସ ବିଡିଓ ଓ ଏପିଓଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି । ଯେଉଁମାନେ ଲକ୍ଡାଉନ୍ ସମୟରେ ଯେ କୌଣସି ଅସୁବିଧାର ସମ୍ମୁଖିନ ହେଉଥିବା ବ୍ୟକ୍ତିଙ୍କ ପାଖରେ ପହଁଚି ସାହାଯ୍ୟ କରିବା ସହିତ ପ୍ରବାସୀ ଓଡ଼ିଆଙ୍କ ସୂଚନା, କରୋନା ରୋଗୀଙ୍କ ସ୍ଥିତି ସମ୍ପର୍କରେ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନଙ୍କୁ ତୁରନ୍ତ ଜଣେଇବେ । ଯଦି କୌଣସି କରୋନା ରୋଗୀ ଆଶଙ୍କାରେ ଶବଦାହ ହୋଇପାରୁନି ଶବ ଦୀର୍ଘ ସମୟ ପାଇଁ ପଡ଼ିରହିଛି ସେଭଳି ପରିସ୍ଥିତିରେ ଏହି ସ୍ୱେଚ୍ଛାସେବୀମାନେ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଆଲୋଚନା ହେଇଥିଲା । ନିଜ ନିଜ ଅଞ୍ଚଳରେ ସାପ୍ତାହିକ ହାଟ ଏବଂ ଜନଗହଳି ବନ୍ଦ କରି ଲୋକଙ୍କୁ ସଚେତନ କରାଇବେ ବୋଲି ଆଲୋଚନା କରାଯାଇଥିଲା ।