ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଜାରି

0 100

ଦାରିଙ୍ଗବାଡି,୪/୫: ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘର ଆହ୍ୱାନକ୍ରମେ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକଙ୍କ କଲମ ଛାଡ଼ ଆନ୍ଦୋଳନ ଗତ ମେ ମାସ ୧ ତାରିଖ ଠାରୁ ଜାରି ରହିଥିବା ଦାରିଙ୍ଗବାଡ଼ି ବ୍ଳକ ସହକାରୀ ପ୍ରାଣୀ ଚିକିତ୍ସକ ଡା. ଚିନ୍ମୟ କୁମାର ସାହୁ ପ୍ରକାଶ କରିଛନ୍ତି । ଓଡ଼ିଶା ପ୍ରାଣୀ ଚିକିତ୍ସକମାନେ ଦୀର୍ଘଦିନ ହେବ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ନିଯୁକ୍ତି ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଚରମ ଉଦାସୀନତାରେ ରହି ଆସୁଛନ୍ତି । ଏହାର ପ୍ରତିବାଦରେ ଓଡ଼ିଶା ପ୍ରାଣୀ ଚିକିତ୍ସକମାନେ ଗତ ଏପ୍ରିଲ ୧୫ତାରିଖ ଠାରୁ ଓଡ଼ିଶା ପ୍ରାଣୀ ଚିକିତ୍ସକ ସେବା ସଂଘର ଆହ୍ୱାନକ୍ରମେ ଦାବୀ କରି ଆସୁଛନ୍ତି । ଏଥିରେ ସାମିଲ ହୋଇ ଦାରିଙ୍ଗବାଡ଼ି ପ୍ରାଣୀ ଚିକିତ୍ସକ ଡା.ଚିନ୍ମୟ କୁମାର ସାହୁ କଳା ବ୍ୟାଚ ପରିଧାନ କରି କଲମ ଛାଡ଼ ଆନ୍ଦୋଳନ ଜାରି ରହିଛନ୍ତି । ଏହି ଆନ୍ଦୋଳନରେ ଗତ ଏପ୍ରିଲ ୨୫ ତାରିଖରୁ ଡିଜିଟାଲ କାର୍ଯ୍ୟ ବର୍ଜନ କରିଥିଲେ ମେ ୧ତାରିଖ ଠାରୁ କଲମଛାଡ଼ ଆନ୍ଦୋଳନ ଜାରି କରିଛନ୍ତି । ସରକାର ମେ ୧୪ ତାରିଖ ସୁଧା ଏହି ଦିଗରେ ପଦକ୍ଷେପ ନନିଆନ୍ତି ତେବେ ମେ ୧୫ ତାରିଖଠାରୁ ଓଡ଼ିଶା ପ୍ରାଣୀଚିକିତ୍ସକ ସମୁହ ଛୁଟିରେ ରହିବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 − 8 =