ବିକାଶର ନଗ୍ନ ଚିତ୍ର: ସ୍ୱାଧୀନତାର ୭୪ ବର୍ଷ ପରେ ବି ଗାଆଁକୁ ନାହିଁ ରାସ୍ତା

0 727

ବୌଦ୍ଧ,୨୨/୫- ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ବିତିଗଲା ପରେ ମଧ୍ୟ ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମ ପଞ୍ଚାୟତର ନୂଆପାଲି ବାଦିସାହି ହରିଜନ ବସ୍ତିକୁ ସବୁଦିନିଆ ରାସ୍ତାଟିଏ ହୋଇପାରୁନଥିବା ଅଭିଯୋଗ ହୁଏ । ସତେଯେମିତି ରାସ୍ତାରେ ଚାଲିବା ତାଙ୍କପାଇଁ ସାତ ସପନ ହୋଇଛି । ନୂଆପାଲି ଗ୍ରାମ ଦେବତୀ ପୀଠ ନିକଟରୁ ହରିଜନ ସାହିକୁ ରାସ୍ତାଟିଏ ନିର୍ମାଣ ପାଇଁ ବର୍ଷ ବର୍ଷ ଧରି ଅନେକ ଆବେଦନ କରିଛନ୍ତି ସାହିବାସୀ । ଦରଖାସ୍ତ ଧରି ସରପଞ୍ଚ, ବିଡିଓ, ଜିଲ୍ଲାପାଳ ଓ ବିଧାୟକଙ୍କ ପାଦତଳକୁ ଧାଇଁ ଧାଇଁ ଚପଲ ଛିଣ୍ଡି ଗଲାଣି କିନ୍ତୁ କାହାର କରୁଣା ହେଉନଥିବା ଅଭିଯୋଗ ହୁଏ । ସେମାନେ ୨୦୦୩ ଓ ୨୦୦୬ ରେ ବୌଦ୍ଧ ବିଧାୟକଙ୍କୁ ଲିଖିତ ଜଣାଇବା ପରେ ବିଧାୟକ ଦରଖାସ୍ତକୁ ବୌଦ୍ଧ ବିଡିଓଙ୍କ ନିକଟକୁ ପଠାଇଥିଲେ ମଧ୍ୟ ତାହା ଆଜିଯାଏଁ ଯୋଜନା ମଧ୍ୟକୁ ଆସିପାରିଲାନାହିଁ । ବିଭିନ୍ନ ସମୟରେ ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି କିନ୍ତୁ ପ୍ରଶାସନ କି ସରକାରଙ୍କ ଉପରେ ତାହାର ପ୍ରଭାବ ପଡୁନାହିଁ ବୋଲି ସାହିବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ନୂଆପାଲି ବାଦିସାହୀ ହରିଜନ ବସ୍ତିକୁ ରାସ୍ତାନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଜନସାଧାରଣ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

8 − 1 =