ମାମଲା ପ୍ରତ୍ୟାହାର ଦାବିକଲା ବଲାଙ୍ଗୀର ଜିଲ୍ଲା ବିଜେପି

0 87

ବଲାଙ୍ଗୀର,୨୪/୫- ଜିଲ୍ଲାପାଳଙ୍କୁ ଚିଠି ଲେଖି ବିବିଏମସିଏଚ ରୋଗୀ କଲ୍ୟାଣ ସମିତିର ସାଂସଦ ପ୍ରତିନିଧି ଦିନେଶ ଶର୍ମାଙ୍କ ନାମରେ ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ମାମଲା ପ୍ରତ୍ୟାହାର ଦାବୀ କରିଛନ୍ତି । ଶ୍ରୀ ଶର୍ମା ଅବ୍ୟବହୃତ କପଡା ଘୋଡା ନୂଆ ଭେଣ୍ଟିଲେଟର ସଂପର୍କରେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶିତ ହୋଇଥିଲା । ଅଡୁଆରେ ପଡିଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ପେନଡାମିକ୍‌ ଆଇନ୍‌ ଅନୁଯାୟୀ ମାମଲା ଦିଆଯାଇଛି । ଜିଲ୍ଲାପାଳ ମଧ୍ୟ ଟୁଇଟ ଜରିଆରେ ସ୍ପଷ୍ଟିକରଣ ରଖିଛନ୍ତି, ଯାନ୍ତ୍ରିକ ତୃଟିରୁ ୬ ଟି ଓ ଏମାରଜେନସି ବ୍ୟବହାର ପାଇଁ ୫ ଟି ଅଛି । ସାଂସଦ ସଙ୍ଗୀତା ସିଂଦେଓ, ବିଧାୟକ ମୁକେଶ ମହାଲିଙ୍ଗ ଓ ଜିଲ୍ଳା ବିଜେପି କର୍ମକର୍ତ୍ତା ତୀବ୍ର ନିନ୍ଦା କରି ମାମଲା ପ୍ରତ୍ୟାହାର ଦାବୀ କରିଛନ୍ତି । ପ୍ରଶାସନର ପଦକ୍ଷେପକୁ ତୋଗଲକି ଶାସନ, ପେନଡାମିକ୍‌ ଆଇନ୍‌ ଆଳରେ ନିଜ ଅପାରଗତା ଲୁଚାଇ ଚପାଇବା ଭଳି ଅପଚେଷ୍ଟା କରାଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

18 + 20 =