ପାଟଣାଗଡ,୨୪/୫଼: କରୋନା ମହାମାରୀ ଯୋଗୁଁ ସରକାର ଲକ୍ଡାଉନ୍ ସଟ୍ଡାଉନ୍ କରିଚାଲିଛନ୍ତି । ସେଥିପାଇଁ ଖଟିଖିଆ ଦିନ ମଜୁରିଆ ପରିବାର ଲୋକେ ଅସୁବିଧା ଭୋଗୁଛନ୍ତି ! ହୋଟେଲ, ବଜାର ବନ୍ଦ ଥିବା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରୋଗୀମାନେ ଓ ତାଙ୍କ ସମ୍ପର୍କୀୟମାନେ ଅସୁବିଧା ଭୋଗୁଛନ୍ତି ଠିକ୍ ଭାବରେ ଖାଦ୍ୟପେୟ ପାଉନାହାନ୍ତି ! ଏହିସବୁକୁ ଦେଖି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ଆଜିଠାରୁ ଖାଦ୍ୟ ବଣ୍ଟନ ଆରମ୍ଭ କରାଯାଇଛି । ଆଜି ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବେଲପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ପାଉଁରୁଟି ବିସ୍କୁଟ ବିଜୁ ଜନତା ଦଳର କର୍ମୀମାନେ ବଣ୍ଟନ କରିଛନ୍ତି । ଆସନ୍ତାକାଲି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଖାଦ୍ୟ ବଣ୍ଟନ କରାଯିବ ଓ ଯେପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ରହିବ ସେତେଦିନ ପର୍ଯ୍ୟନ୍ତ ରୋଗୀମାନଙ୍କୁ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବ ବୋଲି ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ସୂଚନା ଦେଇଛନ୍ତି ।