ଓୟୁଜେ କନ୍ଧମାଳ ଓ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ମିଳିତ ଭାବେ ଏସପିଙ୍କୁ ଦାବିପତ୍ର ପ୍ରଦାନ

0 276

ଫୁଲବାଣୀ,୨୪/୦୫ – ଓୟୁଜେ କନ୍ଧମାଳ ସଭାପତି ପ୍ରଶାନ୍ତ କୁମାର ବେହେରା ଓ କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଡ଼ଃ ଅରୁପ କୁମାର ଜେନାଙ୍କ ମିଳିତ ନେତୃତ୍ୱରେ ଆରକ୍ଷୀ ଅଧିକ୍ଷକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଆଲୋଚନା ପରେ ଦୁଇଟି ଦାବିପତ୍ର ଉଭୟ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିରେ କନ୍ଧମାଳ ସାମ୍ବାଦିକ ମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ସେମାନଙ୍କୁ ଗୋଡେଇ ଗୋଡେଇ ବାଡେଇବା ଧମକ ଦେବା ଘଟଣାରେ ଫୁଲବାଣୀ ଟାଉନଥାନା ଏସ୍‌ ଆଇ ଦୀପକ ସାମନ୍ତସିଂହାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବାକୁ ଦାବି କରାଯାଇଛି । ଏହି ସଂକ୍ରାନ୍ତରେ ରାଜ୍ୟ ପୋଲିସ୍‌ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗ ମୁଖ୍ୟ ସଚିବଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିସହିତ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ଓୟୁଜେ ଆଇନ ଉପଦେଷ୍ଟା ବିରେନ୍ଦ୍ର ସୁବୁଦ୍ଧି ଓ ଆଦିତ୍ୟ ତ୍ରିପାଠୀ, ବଳଦେବ ବେହେରା ଓ କେଡିଯେଏ ର ଉପସଭାପତି ସନ୍ତୋଷ କୁମାର ଡିଗଲ, ସମ୍ପାଦକ ଜୟସେନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 3 =