ପୁଣି ରାଜ୍ୟରେ ରେକର୍ଡ କରୋନା ମୃତ୍ୟୁ, ଦିନକରେ ୩୩ଜଣଙ୍କ ଜୀବନ ଗଲା

0 289

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେହିପରି ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୧୯ଜଣ, ବାଲେଶ୍ୱର ଜିଲ୍ଲାରୁ ୩୬୧ଜଣ, ବରଗଡ଼ ଜିଲ୍ଲାରୁ ୩୨୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୯୫ଜଣ, ବୌଦ୍ଧ ଜିଲ୍ଲାରୁ ୩୮୫ଜଣ, କଟକ ଜିଲ୍ଲାରୁ ୯୨୨ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୬୩ଜଣ, ଗଜପତି ଜିଲ୍ଲାରୁ ୪୩ଜଣ, ଗଞ୍ଜାମ ଜିଲ୍ଲାରୁ ୨୫୪ଜଣ, ଜଗତସିଂହପୁର ଜିଲ୍ଲାରୁ ୨୯୧ଜଣ, ଯାଜପୁର ଜିଲ୍ଲାରୁ ୫୪୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯୧ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୪ଜଣ, କନ୍ଧମାଳ ଜିଲ୍ଲାରୁ ୭୭ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୧୭୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮ଜମ, କୋରାପୁଟ ଜିଲ୍ଲାରୁ ୨୪୨ଜଣ, ମାଲକାନଗିରି ଜିଲ୍ଲରାୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୦୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୬୨ଜଣ, ନୟାଗଡ଼ ଜିଲ୍ଲାରୁ ୨୨୫ଜଣ, ନୂଆପଡ଼ା ଜିଲ୍ଲାରୁ ୬୪ଜଣ, ପୁରୀ ଜିଲ୍ଲାରୁ ୪୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୬ଜଣ, ସମ୍ବଲପୁର ଜିଲ୍ଲାରୁ ୩୧୯ଜଣ, ସୋନପୁର ଜିଲ୍ଲାରୁ ୨୩୧ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୧୨ଜଣ, ଷ୍ଟେଟ୍‌? ପୁଲ୍‌?ରୁ ୨୧୭ଜଣ ରହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − nine =