ମାଆ-ପୁଅ ଯୋଡିଙ୍କ କମାଲ, ୧୪୩ ରନର ଭାଗୀଦାରୀ କରି ଜିତାଇଲେ ମ୍ୟାଚ୍‌

0 89

ଲଣ୍ଡନ : କ୍ରିକେଟ୍ ପଡ଼ିଆରେ ଆମେ ବାପ-ପୁଅ ଏବଂ ଭାଇ ଯୋଡି ବିଷୟରେ ପ୍ରାୟତଃ ଶୁଣିଛୁ, କିନ୍ତୁ ଆପଣ କେବେ ଶୁଣିଛନ୍ତି କି ମା-ପୁଅ ଯୋଡି ଏକାଠି ବ୍ୟାଟିଂ କରୁଥିବାର, କିନ୍ତୁ ଏହା ଘଟିଛି । ଇଂଲଣ୍ଡର କ୍ଲବ କ୍ରିକେଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ମା ଏବଂ ପୁଅଙ୍କ ଯୋଡି କ୍ରିଜରେ ଏକାଠି ବ୍ୟାଟିଂ କରି ଦଳକୁ ଜିତିବାରେ ସଫଳ ହୋଇଥିଲେ । ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ମହିଳା କ୍ରିକେଟର ଆରାନ ବ୍ରିଣ୍ଡଲ ଏବଂ ତାଙ୍କ ପୁଅ ହ୍ୟାରି ଏକ କ୍ଲବ କ୍ରିକେଟ୍ ମ୍ୟାଚ୍ ସମୟରେ ଏକାଠି ବ୍ୟାଟିଂ କରିଥିଲେ ଏବଂ ଉଭୟେ ଅପରାଜିତ ରହି ୧୪୩ର ଭାଗୀଦାରୀ କରି ଦଳକୁ ବିଜୟୀ କରାଇଥିଲେ । ଏହି ମା-ପୁଅ ଯୋଡିଙ୍କ ବ୍ୟାଟିଂ କମାଲକୁ ସୋସିଆଲ ମିଡିଆରେ କ୍ରିକେଟ ଫ୍ୟାନ ବହୁମାତ୍ରାରେ ସେୟାର କରିଛନ୍ତି । ପ୍ରଶଂସକ ଏବଂ କ୍ରିକେଟ୍ ପାଣ୍ଡି ଉଭୟଙ୍କୁ ପ୍ରଶଂସା କରୁଛନ୍ତି ।
ଇଂଲଣ୍ଡ ପାଇଁ ୧୩୪ ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳି ଆରେନ୍ ବ୍ରିଣ୍ଡଲ୍ ୨୮୫୨ ରନ୍ ସଂଗ୍ରହ କରିଛନ୍ତି । ଲିଙ୍କନ୍ ଆଣ୍ଡ ଜିଲ୍ଲା ଲିଗରେ ନାଟାଲହମ୍ କ୍ରିକେଟ୍ ଏକାଡେମୀ ଏକାଦଶ ବିପକ୍ଷରେ ଓମ୍ବି ସିସି ଟ୍ରୋଜାନ୍ ପାଇଁ ବ୍ୟାଟିଂ କରି ମା-ପୁଅ ରବିବାର ଦିନ ୧୪୨ ର ଏକ ଟାର୍ଗେଟକୁ ପିଛା କରି ଉଭୟେ ଅପରାଜିତ ରହି ୧୪୩ ରନ୍ କରି ଦଳକୁ ଜିତାଇଥିଲେ ।
ଯେତେବେଳେ ଏରେନ୍ ବ୍ରିଣ୍ଡଲଙ୍କୁ ୧୯ ବର୍ଷ ୨୬୦ ଦିନ ବୟସ ହୋଇଥିଲା, ସେତେବେଳେ ସେ ଇଂଲଣ୍ଡ ମହିଳା ଦଳର ଅଧିନାୟକ ହୋଇଥିଲେ । ଏହା ମହିଳା କ୍ରିକେଟ୍‌ର ଏକ ରେକର୍ଡ । ୨୦୧୪ ରେ ଏଲେନ୍ ଅବସର ଘୋଷଣା କରିଥିଲେ । ତାଙ୍କ କ୍ୟାରିୟରରେ ସେ ୧୧ ଟି ଟେଷ୍ଟରେ ୫୫୧ ରନ୍‌, ୧୯୨୮ ରନ୍ ୮୮ ଟି ଦିନିକିଆ ଏବଂ ୩୫ ୱିକେଟ୍ ନେଇଥିଲେ । ୩୫ ଟି -୨୦ ରେ ଏରେନ୍ ୩୭୩ ରନ୍ ସଂଗ୍ରହ କରିଛନ୍ତି ଏବଂ ତାଙ୍କ ନାମରେ ୨୨ ୱିକେଟ୍ ରହିଛି ।

hiring

hiranchal ad1
Leave A Reply

Your email address will not be published.

five × 5 =