ବୌଦ୍ଧ/ଜହ୍ନାପଙ୍କ,୨୫/୫- ରାଜ୍ୟସରକାରଙ୍କ ଘୋଷଣା ଅନୁସାରେ ସୋମବାରଠାରୁ ଆଶା ଓ ଅଙ୍ଗନୱାଡି କର୍ମୀମନେ ଘରଘର ବୁଲି କୋଭିଡ ସଂକ୍ରମଣ ସର୍ଭେ ଆରମ୍ଭ କରିଛନ୍ତି । ବୌଦ୍ଧ ବ୍ଳକର ୨୫ ଟି ପଞ୍ଚାୟତରେ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ସ୍ଥାନୀୟ ଆଶା ଓ ଅଙ୍ଗନୱାଡି ପ୍ରତ୍ୟେକ ଘରକୁ ଯାଇ ଘରେ ଉପସ୍ଥିତ ଥିବା ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହିତ ଆବଶ୍ୟକ ରୋଗ ସମ୍ପର୍କିତ ପରାମର୍ଶ ଓ ସଚେତନତା କରୁଛନ୍ତି । କରୋନା ରୋଗର ଲକ୍ଷଣ, ଏହାର ଡାକ୍ତରୀ ଉପଚାର ଏବଂ ଏଥିରୁ ରକ୍ଷାପାଇବା ପାଇଁ ଆବଶ୍ୟକ ସତର୍କତାର ମଧ୍ୟ ପରାମର୍ଶ ଦେଇଛନ୍ତି । ଦୈନିକ ସର୍ଭେ ରିପୋର୍ଟ ନିଜ ଅଂଚଳର ଏଏନଏମଙ୍କୁ ପ୍ରଦାନ କରୁଛନ୍ତି । ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଏହାର ତଦାରଖ କରୁଛନ୍ତି । ଏହି ସର୍ଭେ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଉପରିସ୍ଥ ଅଧିକାରୀ କହିଛନ୍ତି ।