ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ବାଲେଶ୍ୱର ଓ ଭଦ୍ରକରେ ପ୍ରଭାବ ବେଶୀ

0 92

ଭୁବନେଶ୍ୱର : ବାତ୍ୟା ‘ୟାସ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ସକାଳ ୯ଟାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏସ୍‌ଆରସି ପକ୍ଷରୁ ସୂଚନା ମିଳିଛିି । ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ ୩ରୁ ୪ ଘଣ୍ଟା ଧରି ଚାଲିବ । ଅପରାହ୍ନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବ ବୋଲି କୁହାଯାଇଛି । ଲ୍ୟାଣ୍ଡଫରପ୍ରଭାବରେ ପବନର ବେଗ ପ୍ରବଳରୁ ଅତି ପ୍ରବଳ ହୋଇଥିବା ବେଳେ ବର୍ଷାର ପରିମାଣ ମଧ୍ୟ ବଢିବାରେ ଲାଗିଛି । ବର୍ତ୍ତମାନ ମଧ୍ୟ ଭଦ୍ରକର ଧାମରାରୁ ୪୦ କି.ମି. ଦୂରରେ ରହିଛି ବାତ୍ୟା ‘ୟାସ୍‌’ । ପଶ୍ଚିମବଙ୍ଗର ଦୀଘାଠାରୁ ୭୦ କି.ମି. ଦୂରରେ ରହିଛି । ବାଲେଶ୍ୱରରୁ ୫୦ କି.ମି. ଦୂରରେ ରହିଛି ବାତ୍ୟା । ଧାମରାର ଉତ୍ତର ଓ ବାଲେଶ୍ୱର ଦକ୍ଷିଣ ବାହାନଗାଠାରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍‌’ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ କି.ମି ରହିଛି । ଭଦ୍ରକ ଓ ବାଲେଶ୍ୱରରେ ସଂଧ୍ୟା ଯାଏଁ ବାତ୍ୟା ବିପଦ ରହିବ ବୋଲି ଏସ୍‌ଆରସି କହିଛନ୍ତି । ବାଲେଶ୍ୱର ଜିଲ୍ଲା ପାର ହେବାକୁ ୟାସକୁ ୫ରୁ ୬ଘଣ୍ଟା ଲାଗିବ ବୋଲି ଏସ୍‌ଆରସି କହିଛନ୍ତି । ଏହି ସମୟରେ ମୟୁରଭଞ୍ଜର କୁସୁମି ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବାର ରେକର୍ଡ କରାଯାଇଛିା
ଲ୍ୟାଣ୍ଡଫଲ୍ ପରେ ପବନର ବେଗ କମିବ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ ସନ୍ଧ୍ୟା ଯାଏଁ ପବନ ବହିବ । ମୟୁରଭଞ୍ଜରେ ପବନର ବେଗ ୧୦୦ରୁ ୧୧୦ କି.ମି. ରହିବ । ୨୭ ତାରିଖ ସକାଳେ ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟାସ୍ ।

hiranchal ad1
Leave A Reply

Your email address will not be published.

5 + four =