ବିଶ୍ୱକପ୍ ସୁପର ଲିଗ୍ ପଏଣ୍ଟ ତାଲିକା : ଶୀର୍ଷରେ ବାଂଲାଦେଶ, ଜାଣନ୍ତୁ ଭାରତ କେଉଁ ସ୍ଥାନରେ ରହିଛି

0 74

ନୂଆଦିଲ୍ଲୀ : ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟ୍‌କୁ ଆକର୍ଷଣୀୟ କରିବା ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ୱକପ୍ ସୁପର ଲିଗ୍ ଆରମ୍ଭ କରିଛି । ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ବର୍ତ୍ତମାନ ଏକ ଦିନିକିଆ ବିଶ୍ୱକପ୍ ସୁପର ଲିଗ୍ ଅଧୀନରେ ଆୟୋଜିତ ହେଉଛି, ଯେଉଁଥିପାଇଁ ଏକ ସ୍କୋର ସିଟ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ସୁପର ଲିଗ୍ ପଏଣ୍ଟ ତାଲିକାରେ ବାଂଲାଦେଶ ପ୍ରଥମ ସ୍ଥାନ ଅଧିକାର କରିଛି । ବାଂଲାଦେଶ ବିଶ୍ୱର ବହୁ ବଡ ଦଳକୁ ପଛରେ ପକାଇଛି ।
ବାଂଲାଦେଶ ଦଳ ୫୦ ପଏଣ୍ଟ ସହ ଏକ ନମ୍ବର ସ୍ଥାନ ଅଧିକାର କରିଥିବାବେଳେ ତିନିଟି ଦଳ ୪୦-୪୦ ପଏଣ୍ଟ ହାସଲ କରିବା ପରେ ଦ୍ୱିତୀୟରୁ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ଏହା ମଧ୍ୟ ନୁହେଁ ଯେ ବାଂଲାଦେଶ ସର୍ବାଧିକ ମ୍ୟାଚ୍ ଖେଳିଛି । ବିଶ୍ୱକପ୍ ସୁପର ଲିଗ୍ ଅଧୀନରେ ବାଂଲାଦେଶ ଏପର୍ଯ୍ୟନ୍ତ ମାତ୍ର ୮ ଟି ମ୍ୟାଚ୍ ଖେଳିଛି, ସେଥିମଧ୍ୟରୁ ୫ ଟି ମ୍ୟାଚ୍ ଦଳ ଜିତିଛି । ଇଂଲଣ୍ଡ ଦଳ ବିଶ୍ୱକପ ସୁପର ଲିଗରେ ସର୍ବାଧିକ ୯ ଟି ମ୍ୟାଚ୍ ଖେଳିଛି, କିନ୍ତୁ ଇଂଲିସ ଦଳ ୫ ଟି ମ୍ୟାଚ୍ ହାରିଛି । ଅନ୍ୟପକ୍ଷରେ, ଭାରତ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି । ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ସୁପର ଲିଗ୍ ଆୟୋଜିତ ହେଉଛି । ଏଭଳି ପରିସ୍ଥିତିରେ ଯଦି ଭାରତ ଟେବୁଲର କୌଣସି ସ୍ଥାନରେ ବି ରହିଛି ତେବେ ମଧ୍ୟ ଦଳ ଉପରେଏହାର କୌଣସି ପ୍ରଭାବ ପକାଇବ ନାହିାଁ କାରଣ ୨୦୨୩ ଦିନିକିଆ ବିଶ୍ୱକପ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଆୟୋଜକ ଭାବରେ ଭାରତୀୟ ଦଳ ଏହି ଆଇସିସି ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି ।
ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ସୁପର ଲିଗ୍ ଟେବୁଲରେ ବାଂଲାଦେଶ ପ୍ରଥମ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି । ତିନି ନମ୍ବରରେ ପାକିସ୍ତାନର ଦଳ ରହିଛି, ଯାହା ୬ ଟି ମ୍ୟାଚରୁ ୪ଟି ଜିତିଛି । ଅଷ୍ର୍ଟ୍ରେଲିଆ ପଏଣ୍ଟ ସଂଖ୍ୟା ମଧ୍ୟ ୪୦ ରହିଛଇ । ଦଳ ମଧ୍ୟ ୪ ଟି ମ୍ୟାଚ୍ ଜିତିଛି । ପଞ୍ଚମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ ରହିଛି, ଦଳ ୩ଟି ମ୍ୟାଚ ଜିତିଛି ି । ଆଫଗାନିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ଏହି ଦଳ ଏପର୍ଯ୍ୟନ୍ତ ସମସ୍ତ ତିନୋଟି ମ୍ୟାଚ୍ ଜିତିଛି ।

hiranchal ad1
Leave A Reply

Your email address will not be published.

20 − 10 =