ଗଜପତି ଆପ ପକ୍ଷରୁ ଅକ୍ସିିମିଟରରେ ଲୋକଙ୍କ ଅମ୍ଳଜାନସ୍ତର ଯାଞ୍ଚ ଜାରି

0 246

ଗଜପତି,୨୬/୫- କରୋନାର ଦ୍ୱିତୀୟ ଲହରୀରେ ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ଆପ ଗଜପତି ଜିଲ୍ଲା ତରଫରୁ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଅକ୍ସିମିଟର ମାଧ୍ୟମରେ ଲୋକଙ୍କ ଅମ୍ଳଜାନ ସ୍ତର ଯାଞ୍ଚ କାର୍ଯ୍ୟକ୍ରମ ଜାରିରହିଛି । ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ଼ ନଂ୧୧ କେରାଣ୍ଡି ପଞ୍ଚାୟତର ରାମସାଗର ଛକ ଓ ଦେବତୀ ଗ୍ରାମରେ ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦଳ ତରଫରୁ ଲିଙ୍ଗରାଜ ପାଣିଗ୍ରାହୀ, ଲୋକନାଥ ଭୁକ୍ତା, ଶୈଳବାଳା ପଣ୍ଡା, ପନ୍ଦୁରୁ କୁମାର ପ୍ରମୁଖ ଏହି କରୋନା ମହାମାରୀ ସମୟରେ ଅକ୍ସିଜେନ ଯାଞ୍ଚ କରିବା ସହିତ ଲୋକଙ୍କୁ ସଚେତନତା କରିଥିଲେ ଏବଂ ଯେଉଁ ଲୋକଙ୍କ ଅମ୍ଳଜାନ ସ୍ତର କମ ରହିଛି ଏବଂ ଜ୍ୱର ଥଣ୍ଡା କାଶ ଥିବା ଜଣାପଡ଼ିଛି ସେମାନଙ୍କୁ ଯଥାଶୀଘ୍ର କୋଭିଡ ପରୀକ୍ଷା ନିମନ୍ତେ ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

1 × 2 =